ଚନ୍ଦ୍ରଶେଖରପୁର : ପ୍ରଥମଥର ଲାଗି କିମ୍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍ନି ପ୍ରତିରୋପଣ କରାଯାଇଛି। ଯୁବକଜଣକ ସୁସ୍ଥ ହେବା ପରେ ଆଜି ଘରକୁ ଫେରିଛନ୍ତି। ଯୁବକଜଣକ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ୧୯ତାରିଖରେ ସଂପୃକ୍ତ ଯୁବକଙ୍କଠାରେ କିଡ୍ନି ପ୍ରତିରୋପଣ କରି କିମ୍ସର ଡାକ୍ତରମାନେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସଂପୃକ୍ତ ଯୁବକଙ୍କୁ ତାଙ୍କ ମା’ କିଡ୍ନି ଦାନ କରିଥିଲେ। କିମ୍ସ ହସ୍ପିଟାଲ୍ର ନେଫ୍ରୋଲୋଜି ବିଭାଗ ଡାକ୍ତର ନିକୁଞ୍ଜ କିଶୋର ରାଉତ, ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ, ଡା. ରାଜେଶ କୁମାର ପାଢ଼ୀ, ଡା. କୁମାର ଅଭିଜିତ୍ ଦାଶ ଏବଂ ପ୍ରଫେସର୍ ଡା. ସୁରେଶ ଚନ୍ଦ୍ର ଦାଶଙ୍କୁ ନେଇ ଗଠିତ ଡାକ୍ତରୀଦଳ ଏବଂ ଡା. ସୁମନ୍ତ କୁମାର ମିଶ୍ର, ଡା. ଅମରେଶ ମିଶ୍ର, ଡା. ଜେ. ବି ଜଗଦ୍ଦେବ ଓ ଡା. ସୁମିତ୍ ପଣ୍ଡାଙ୍କୁ ନେଇ ଗଠିତ ଅସ୍ତ୍ରୋପଚାର ଡାକ୍ତରୀ ଦଳ, ନିଶ୍ଚେତକ ବିଭାଗର ଡା. ସଞ୍ଜୟ ବେହେରା, ଡା. ଲବ କୁମାର ନାୟକ ଏବଂ ଡା. ଜି.ସି ଶତପଥୀଙ୍କୁ ନେଇ ଗଠିତ ଟିମ୍ ଦ୍ୱାରା ସଂପୃକ୍ତ ଯୁବକଙ୍କଠାରେ କିଡ୍ନି ପ୍ରତିରୋପଣ କରାଯାଇଥିଲା। ଡା. ନିକୁଞ୍ଜ କିଶୋର ରାଉତ ଏହି ଟିମ୍ର ନେତୃତ୍ୱ ନେଇଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ପ୍ରୋତ୍ସାହନ ତଥା କିମ୍ସର ମହାନିର୍ଦ୍ଦେଶକ ଡା. ପି. କେ ପଟ୍ଟନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଯୋଗୁଁ କିମ୍ସରେ ପ୍ରଥମ କିଡ୍ନି ପ୍ରତିରୋପଣ ସମ୍ଭବ ହୋଇପାରିଲା ବୋଲି ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି।
କିମ୍ସରେ ସଫଳ କିଡ୍ନି ପ୍ରତିରୋପଣ
/sambad/media/post_attachments/wp-content/uploads/2021/10/Kiims-Operation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)