ଫୁଲରେ ସଜେଇ ହୋଇଛି କିଟ୍ କ୍ୟାମ୍ପସ୍

ଚନ୍ଦ୍ରଶେଖରପୁର : ଭଳିକି ଭଳି ଦେଶୀ ଓ ବିଦେଶୀ ଫୁଲରେ ସଜେଇ ହୋଇଛି ରାସ୍ତା ଓ ଫୁଟ୍‌ପାଥ୍‌। କିଟ୍ ବିଶ୍ବବିଦ୍ୟାଳୟର ପାଖାପାଖି ୨୧ଟି କ୍ୟାମ୍ପସ୍ ଓ କିସ୍ ସହିତ ଶ୍ରୀବାଣୀ କ୍ଷେତ୍ର ଜଗନ୍ନାଥ ମନ୍ଦିରର ସଜେଇ ହୋଇଛି ଫୁଲରେ। ଏହି ଅପରୂପ ଶୋଭା ଉପଭୋଗ କରୁଛନ୍ତି ସାଧାରଣ ଜନତା। ସର୍ବସାଧାରଣ ଲୋକଙ୍କ ପରିଭ୍ରମଣ ପାଇଁ କିଟ୍ କ୍ୟାମ୍ପସ୍‌ରୁ ଶିଖରଚଣ୍ଡୀ ରାସ୍ତାକଡ଼ ମଧ୍ୟ ଫୁଲରେ ସଜେଇ ହୋଇଛି। ଗେଣ୍ଡୁ, ଗୋଲାପ, ଡାଲିଆ, ଛୋଟ ଚମ୍ପା, ବକ୍ସ ଟଗର, ସୂର୍ଯ୍ୟମୁଖୀ, କାଗଜ ଫୁଲ ସାଙ୍ଗକୁ ବିଦେଶୀ ଫୁଲ ଆମରିଲ୍, ଚେରି ବ୍ଲୋସମ୍, ବକ୍ସ ମନ୍ଦାର, ମ୍ୟାରିଗୋଲଡ଼୍, ହାର୍ବିସସ୍ ଓ ଜୁଇ ଭଳି ୫୦ରୁ ଅଧିକ ପ୍ରଜାତିର ଫୁଲ ଗଛ ମଧ୍ୟ ଲଗାଯାଇଛି କିଟ୍ ବିଶ୍ବ ବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍‌ରେ। ପ୍ରତିଟି କ୍ୟାମ୍ପସ୍‌ରେ ଜଣେ ଲେଖାଏଁ ମାଳି ଫୁଲ୍ କୁଣ୍ଡର ଦେଖାରଖା କରିବା ପାଇଁ ନିୟୋଜିତ ହୋଇଥିବା ବେଳେ ଶତାଧିକ ଲୋକ ଗଛର ଯତ୍ନ ନେବା ପାଇଁ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି କିଟ୍ ଗ୍ରିସ୍ ବିଭାଗ ମୁଖ୍ୟ। ଏହା ସହିତ ୧୩ ପ୍ରଜାତିର ଗୋଲାପ ଗଛକୁ ନେଇ କିଟ୍ କ୍ୟାମ୍ପସରେ ଏକ ସ୍ବତନ୍ତ୍ର ରୋଜ ଗାର୍ଡେନ ତିଆରି କରାଯାଇଛି। ଏହି ସବୁ କ୍ୟାମ୍ପସ୍ ବୁଲି ଫୁଲର ମଜା ଉଠାଇବା ପାଇଁ ରଙ୍ଗିନ୍ ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଫଳରେ ସଂଧ୍ୟାରେ କିଟ୍ ରାସ୍ତାରେ ସ୍ଥାନୀୟ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି।

ସମ୍ବନ୍ଧିତ ଖବର