ପରିମଳ କର୍ମଚାରୀଙ୍କୁ ସୁରକ୍ଷା କିଟ୍‌ ଦେଲା ବିଏମ୍‌ସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପରିମଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା କିଟ୍‌ ଯୋଗାଇ ଦିଆଯାଇଛି। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା ଏହି ସୁରକ୍ଷା କିଟ୍‌ ବଣ୍ଟନ କରିଛନ୍ତି। ଏହି ଅବସରରେ ମେୟର ଶ୍ରୀ ଜେନା କହିଥିଲେ ଯେ ପରିମଳ କର୍ମଚାରୀଙ୍କ ଆତ୍ମସୁରକ୍ଷା, ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଭଳି ବ୍ୟବସ୍ଥା କରାଯାଇଛି। ଏହି କର୍ମୀମାନେ ସୁରକ୍ଷିତ ରହିଲେ ଆମେ ସହରର ପରିଚ୍ଛନ୍ନତାକୁ ଆଗେଇ ନେଇପାରିବା। ଦିଆଯାଇଥିବା କିଟ୍‌ର ସଦ୍‌ବିନିଯୋଗ କରିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ସୁରକ୍ଷା କିଟ୍‌ ବଣ୍ଟନରେ ୮୫୦ ଜଣ କର୍ମଚାରୀଙ୍କୁ ସାମିଲ କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ସମାଜ ମଙ୍ଗଳର ଉପଆୟୁକ୍ତ ଡ. ଲଲାଟେନ୍ଦୁ ସାହୁ, ବିଏମ୍‌ସି ଡେପୁଟି ମେୟର କେ. ଶାନ୍ତି, ସିଟି ହେଲ୍‌ଥ ଅଫିସର ଡା. ରାମଚନ୍ଦ୍ର ରାଉତ, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ବିଏମ୍‌ସିର ସମ୍ପାଦକ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ଭୁବନେଶ୍ୱର ବାର୍ତା ଦେଇଥିଲେ।

ସମ୍ବନ୍ଧିତ ଖବର