ବିଶ୍ୱବିଦ୍ୟାଳୟ ବିଶ୍ୱ ର‍୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଲା କିଟ୍‌

ଚନ୍ଦ୍ରଶେଖରପୁର : ସଂପ୍ରତି ପ୍ରକାଶିତ କ୍ୟୁଏସ୍‌ ବ୍ରିକ୍‌ସ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌ ୨୦୧୮ର ଫଳାଫଳ ଅନୁସାରେ କିଟ୍‌ ବିଶ୍ୱବିଦ୍ୟାଳୟ ବିଶ୍ୱ ର‍୍ୟାଙ୍କ୍‌ ହାସଲ କରିଛି। ପୂର୍ବଭାରତ ତଥା ରାଜ୍ୟର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବରେ କିଟ୍‌ ଏହି ସମ୍ମାନଜନକ ବିଶ୍ୱ ର‍୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି। ବ୍ରିକ୍‌ସ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌ରେ କିଟ୍‌ ‘୨୫୧-୩୦୦’ ର‍୍ୟାଙ୍କ୍‌ ହାସଲ କରିଥିବା ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଆଠଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡକୁ ନେଇ ଏହି ର‍୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର