ଚନ୍ଦ୍ରଶେଖରପୁର: ଗଳ୍ପକଥନକୁ ଶିକ୍ଷାଦାନ ବ୍ୟବସ୍ଥାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ସାମିଲ୍ କରିଛି। ସିବିଏସ୍ଇ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁସାରେ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାଦ୍ବାର ଛାତ୍ରଛାତ୍ରୀମାନେ ପରସ୍ପରକୁ ବୁଝିପାରିବେ ବୋଲି କୁହାଯାଉଛି। ବେଙ୍ଗାଲୁର୍ର ଏକ ଗଳ୍ପକଥନ ପ୍ରଶିକ୍ଷଣ ସଂସ୍ଥାରୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରଶିକ୍ଷଣପ୍ରାପ୍ତ ହେବା ପରେ ୧୦୦ଟି ଗଳ୍ପକୁ ଏକ ସଂକଳନ କରି ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଚେୟାରପର୍ସନ୍ ଡ. ମୋନାଲିସା ବଳ କହିଛନ୍ତି ଯେ ଏହି ସ୍ବତନ୍ତ୍ର ପଦକ୍ଷେପ ଭିନ୍ନ ଭିନ୍ନ ଭାଷାର ପିଲାମାନଙ୍କ ଭାଷାଜ୍ଞାନ ବଢ଼ାଇବା ସହ ସେମାନଙ୍କ ମଧ୍ୟରେ ଭାବ ବିନିମୟକୁ ସହଜ କରିବ।
ଗଳ୍ପକଥନକୁ ଶିକ୍ଷାଦାନରେ ସାମିଲ କଲା କିଟ୍
/sambad/media/post_attachments/wp-content/uploads/2021/08/f4h54fsh564fs56h4f56s4h4fs5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)