ଚନ୍ଦ୍ରଶେଖରପୁର : ଦେଶରେ ନାରୀମାନଙ୍କ ଉନ୍ନତି ହେଲେ ଦେଶର ପ୍ରଗତି ହେବ। ଏପରି ସ୍ଳୋଗାନ ମଞ୍ଚରେ ଶୋଭାପାଏ ମାତ୍ର କାର୍ଯ୍ୟରେ ପରିଣତ କରିବାରେ ନେଇ ଆଜି ମଧ୍ୟ ସଚେତନାତାର ଆବଶ୍ୟକ ରହିଛି। ମାତ୍ର ସଚେତନତାର ଅଭାବରୁ ନାରୀମାନେ ନିଜକୁ ସୁରକ୍ଷିତ ମନେକରିପାରୁ ନାହାନ୍ତି। ତେଣୁ ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ଓ ଦୋଷୀକୁ କଠୋର ଦଣ୍ଡ ଦେବାର ଆବଶ୍ୟକ ରହିଛି। ଏପରି ପ୍ଲାକାର୍ଡ ଲେଖାଥିବା ଫଳକ ହତରେ ନେଇ ଆଜି କିଟ୍ ବିଶ୍ୱ ବିଦ୍ୟାଳୟ ଆଇନ୍ ବିଭାଗ ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ଶୋଭାଯାତ୍ରା କରିଛନ୍ତି। ନିକଟରେ ଜମ୍ମୁ ଓ କଶ୍ମୀର ଏବଂ ଉତ୍ତର ପ୍ରଦେଶରେ ଘଟିଥିବା ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାର ତୀବ୍ର ନିନ୍ଦାକରି ଛାତ୍ରଛାତ୍ରୀମାନେ ଲୋକମାନଙ୍କ ମଧ୍ୟରେ ନାରୀଙ୍କ ସମ୍ମାନ ନେଇ ସଚେତନତା ସୃଷ୍ଟି କରିଛନ୍ତି। ଏହି ଅବସରର କିଟ୍ ଲ’ କଲେଜ କ୍ୟାମ୍ପସ୍ରୁ ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ନନ୍ଦନକାନନ ରୋଡ୍ ପର୍ଯ୍ୟନ୍ତ ଆସିିଥିଲେ। ଏହି ସମୟରେ ଉପସ୍ଥିତ ଲୋକମାନଙ୍କୁ ପିଲାମାନେ ସଚେତନତାର ବାର୍ତା ବାଣ୍ଟିଥିଲେ।
‘କିଟ୍’ ଆଇନ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା
/sambad/media/post_attachments/wp-content/uploads/2018/04/madhu-kiit-law-student.jpg)