ଭୁବନେଶ୍ୱର: ପ୍ରଥମଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରିଡେସନ୍ (ଏନ୍ବିଏ) ମାନ୍ୟତାପ୍ରାପ୍ତ ପଲିଟେକ୍ନିକ୍ ମଧ୍ୟରେ କିଟ୍ ପଲିଟେକ୍ନିକ୍ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି। ଏନ୍ବିଏ ପକ୍ଷରୁ କିଟ୍ ପଲିଟେକ୍ନିକ୍ର ୩ଟି ଡିପ୍ଲୋମା ଇଂଜିନିୟରିଂ ପାଠ୍ୟକ୍ରମକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ବାଞ୍ଛିତ ଲକ୍ଷ୍ୟ ହାସଲ କରିବାରେ ଅନୁଷ୍ଠାନର କାର୍ଯ୍ୟକ୍ରମ, ସଂରଚନା ଓ ସଫଳତା ଆଦିକୁ ଏନ୍ବିଏ ସ୍ୱୀକୃତି ମିଳିଛି। ଏନ୍ବିଏର ୬ଜଣିଆ ବିଶେଷଜ୍ଞଦଳ ଗତବର୍ଷ ନଭେମ୍ବରରେ କିଟ୍ ପଲିଟେକ୍ନିକ୍ ପରିଦର୍ଶନ କରି ବିଭିନ୍ନ ମାନଦଣ୍ଡ ଆଧାରରେ ଆକଳନ ଓ ପର୍ଯ୍ୟାଲୋଚନା କରିଥିଲେ।
ବିଶେଷକରି ଗୁଣାତ୍ମକ ଶିକ୍ଷାଦାନ, ଅଧ୍ୟାପକ-ଅଧ୍ୟାପିକାଙ୍କ ଅବଦାନ, ଜ୍ଞାନ ଓ ଦକ୍ଷତାରେ ଛାତ୍ରର ଅଗ୍ରଗତି, ଭିତ୍ତିଭୂମି ଓ ପ୍ରଶାସନିକ କାର୍ଯ୍ୟକଳାପ ଆଦି ମାନଦଣ୍ଡ ଆଧାରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ପୂର୍ବରୁ କିଟ୍ ପଲିଟେକ୍ନିକ୍ କ୍ୟୁସିଆଇ ନାବେଟ୍ ରୢାଙ୍କିଂରେ ଓଡ଼ିଶାର ଉଭୟ ସରକାରୀ ଓ ବେସରକାରୀ ପଲିଟେକନିକ୍ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। କିଟ୍ ପଲିଟେକ୍ନିକ୍ର ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଟ୍ ରୌପ୍ୟଜୟନ୍ତୀ ବର୍ଷ ପାଳନ କରୁଥିବା ଅବସରରେ ଏଭଳି ସଫଳତା ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/70-1.jpg)