ଭାରତୀୟ ଇଂଜିନୟରିଂ ସେବା ପରୀକ୍ଷାରେ କିଟ୍ ଛାତ୍ର ଟପର୍

ଚନ୍ଦ୍ରଶେଖରପୁର: ୟୁପିଏସ୍‌ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ଇଂଜିନୟରିଂ ସେବା ପରୀକ୍ଷାରେ କିଟ୍ ଛାତ୍ର ଶଶାଙ୍କ ଟପର୍ ହୋଇଛନ୍ତି। ୨୦୧୩ରେ କିଟ୍ ବିଶ୍ବ ବିଦ୍ୟାଳୟରୁ ଇ‌ଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେବା ପରେ ଆଇଆଇଟି ଖଡ଼ଗପୁରରେ ଏମ୍.ଟେକ୍ କରି ସେ ଏକ ଘରୋଇ କମ୍ପାନିରେ ନିଯୁକ୍ତି ପାଇଥିଲେ। ଶଶାଙ୍କ କହିଛନ୍ତି ‘ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷା ପାଇଁ ମୁଁ କୌଣସି କୋଚିଂ ନେଇ ନଥିଲି। କେବଳ କିଟ୍ ରେ ବି.ଟେକ୍ କରିବା ସମୟରେ ଯାହା ପଢ଼ିଥି‌ଲି। କିଟ୍‌ରେ ବି.ଟେକ୍ କରିବା ସମୟରେ ଆମକୁ ଯାହା ପଢ଼ାଯାଉଥିଲା ତାହା ହିଁ ମୋତେ ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ବହୁତମାତ୍ରାରେ ସାହାଯ୍ୟ କରିଥିଲା। କେବଳ ଯେ ଆଇଆଇଟି ଓ ଏନ୍ଆଇଟି ଛାତ୍ରଛାତ୍ରୀମାନେ ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ଟପର୍ ହେ‌ବେ ବୋଲି ଯେଉଁ ଧାରଣା ରହିଛି ତାହା ଠିକ୍ ନୁହେଁ। ଧର୍ଯ୍ୟ, ନିଷ୍ଠା ଓ ମେଧାଶକ୍ତି ବଳରେ ସବୁ ସମ୍ଭବ ବୋଲି ସେ କହିଛନ୍ତି। ଶଶାଙ୍କ ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏଥିସହ କିଟ୍ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ଡ଼. ସସ୍ମିତାରାଣୀ ସାମନ୍ତ, କିଟ୍‌ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଶଶାଙ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର