ଭୁବନେଶ୍ୱର : ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ‘କିଟ୍ ବିଶ୍ୱବିଦ୍ୟାଳୟ’ ପକ୍ଷରୁ ବିଶିଷ୍ଟ ପରିବେଶ ବିଶେଷଜ୍ଞ ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ସମ୍ବର୍ଧିତ କରାଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ତଥା ଭାରତୀୟ ବିଜ୍ଞାନ କଂଗ୍ରେସ ସମ୍ମେଳନ, ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ବିଜ୍ଞାନ ଓ ପ୍ରଯୁକ୍ତି ମାଧ୍ୟମରେ ଅପହଞ୍ଚ ବର୍ଗଙ୍କ ନିକଟରେ ପହଞ୍ଚିବା’ ଶୀର୍ଷକ ଆୟୋଜିତ ଏକ ଜାତୀୟ ସେମିନାର୍ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଜ୍ଞାନ କଂଗ୍ରେସର ପୂର୍ବତନ ସଭାପତି ଅଶୋକ କୁମାର ସକ୍ସେନା, ସାଧାରଣ ସଂପାଦକ ପି.ପି ମାଥୁର, ପୂର୍ବତନ ସଂପାଦକ ବିଜୟଲକ୍ଷ୍ମୀ ସକ୍ସେନା ଓ କିଟ୍ର କୁଳପତି ହୃଷିକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp