ଭୁବନେଶ୍ୱର: ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଗୀତର ଧୁନ୍ରେ ଝୁମିଥିଲା ପ୍ରେକ୍ଷାଳୟ। କଣ୍ଠଶିଳ୍ପୀଙ୍କ ଗୀତରେ ମନ୍ତ୍ରମୁଗ୍ଧ ଶ୍ରୋତା କିଶୋର ଦା’ଙ୍କ ବଛା ବଛା ୨୪ଟି ଚିରସବୁଜ ଗୀତ ଶୁଣିବାର ଅବକାଶ ପାଇଥିଲେ। ଖିଲ୍ତେ ହେଁ ଗୁଲ୍ ୟହାଁ..., ରିମ୍ ଝିମ୍ ଗିରେ ସାଓ୍ଵନ୍..., ଆନେ ଓ୍ଵାଲା ପଲ୍..., ପଲ୍ ପଲ୍ ଦିଲ୍କେ ପାସ୍... ଆଦି ଗୀତ କିଶୋର କୁମାରଙ୍କୁ ଆଜି ପ୍ରେକ୍ଷାଳୟରେ ଉଜ୍ଜୀବିତ କରିଥିଲା। ଅବସର ଥିଲା ସ୍ୱର୍ଗତ କିଶୋର କୁମାରଙ୍କ ଜୟନ୍ତୀ ଅବସରରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଅଚ୍ୟୁତାନନ୍ଦ ମିଶ୍ରଙ୍କ ଦ୍ୱାରା ଆୟୋଜିତ ସଂଗୀତ ସଂଧ୍ୟା ‘କିଶୋର କୁମାର ନାଇଟ୍’ର। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ନଓ୍ଵାଜ ହାସନ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, ସଙ୍ଗୀତ ସମାଲୋଚକ ଶାନ୍ତନୁ ପୃଷ୍ଟି ଓ ଗୁରୁ ଚିତ୍ତରଞ୍ଜନ ପାଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଚ୍ୟୁତାନନ୍ଦ ମିଶ୍ରଙ୍କ ସହ ଛନ୍ଦା ମିଶ୍ର, ଲୋଭା ବିଶ୍ୱାଳ, କୌଶିକ ପଟ୍ଟନାୟକ, ସ୍ୱପ୍ନା ଓ ବରଦା ପଟ୍ଟନାୟକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏହାକୁ ଗୁଲ୍ସନ୍ ନଦିମ୍ ସଂଯୋଜନା କରିଥିଲେ।
ରିମ୍ ଝିମ୍ ଗିରେ ସାଓ୍ଵନ...
‘କିଶୋର କୁମାର ନାଇଟ୍’
/sambad/media/post_attachments/wp-content/uploads/2018/08/m16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)