ମହାରାଷ୍ଟ୍ରରେ ଖୋଲିବ କିସ୍‌ ଶାଖା, ଖର୍ଚ୍ଚ ହେବ ୬୦ କୋଟି

ଚନ୍ଦ୍ରଶେଖରପୁର: ମହାରାଷ୍ଟ୍ରରେ କିସ୍‌ର ମହାରାଷ୍ଟ୍ର ଶାଖା ଉଦ୍‌ଘାଟନ ହେବ। ଏଥିପାଇଁ ଆଜି ମହାରାଷ୍ଟ୍ର ପାଲଘର ଜିଲ୍ଲା ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗ୍ରାମରେ କିସ୍‌-ମହାରାଷ୍ଟ୍ର ଶାଖା ‘ଲାୟନ୍‌ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ’ର ଭୂମିପୂଜନ ହୋଇଛି। ଲାୟନ୍‌ସ ମୁମ୍ବାଇ ଚଏସ୍‌ ଫାଉଣ୍ଡେସନ୍‌ ସହଯୋଗରେ ‘ଲାୟନ୍‌ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ’ ନାମରେ କିସ୍‌ର ଏହି ଶାଖା କାର୍ଯ୍ୟ କରିବ। ଲାୟନ୍‌ସ ଡିସ୍‌ଟ୍ରିକ୍ଟ ଗଭର୍ଣ୍ଣର ସୁନୀଲ ପାଟୋଡ଼ିଆଙ୍କ ନେତୃତ୍ୱରେ ଉଦ୍‌ଘାଟିତ ହେବାକୁ ୍‌ଥିବା କିସ୍‌-ମହାରାଷ୍ଟ୍ର ଶାଖାର ସମସ୍ତ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟର ସମସ୍ତ ଖର୍ଚ୍ଚ ଲାୟନ୍‌ସ ମୁମ୍ବାଇ ଚଏସ୍‌ ଫାଉଣ୍ଡେସନ୍‌ ବହନ କରିବ। ଏଥିପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୬୦କୋଟି ଟଙ୍କା ରଖାଯାଇଥିବା ବେଳେ ଏହି ଅର୍ଥ ଫାଉଣ୍ଡେସନ୍‌ ଯୋଗାଇ ଦେବ। ଏହି ଶିକ୍ଷାନୁଷ୍ଠାନରେ ୫ ହଜାର ଅବହେଳିତ ଛାତ୍ରଛାତ୍ରୀ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇବେ। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ବିଦ୍ୟାଳୟ କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି। ପାଲଘର ଜିଲ୍ଲା ଜନଜାତି ଅଧ୍ୟୁଷିତ ହୋଇଥିବା ବେଳେ ଏଠାରେ ଜନଜାତି ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ଜମ୍ଭା ଗ୍ରାମରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ କିସ୍‌ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଭୂମି ପୂଜନ କାର୍ଯ୍ୟକ୍ରମରେ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଗତ ୫ବର୍ଷ ହେଲା ମହାରାଷ୍ଟ୍ରର ଜନଜାତି ତଥା ଅବହେଳିତ ପିଲାମାନଙ୍କ ପାଇଁ କିସ୍‌ର ଏକ ଶାଖା ଖୋଲିବା ପାଇଁ ଉଦ୍ୟମ କରୁଥିଲି। ଆଜି ତାହା ଫଳବତୀ ହୋଇଛି। ଏଥିପାଇଁ ଶ୍ରୀ ସାମନ୍ତ ଲାୟନ୍‌ସ ମୁମ୍ବାଇ ଚଏସ୍‌ ଫାଉଣ୍ଡେସନ ଓ ସୁନୀଲ ପାଟୋଡ଼ିଆଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତଙ୍କ ଦ୍ୱାରା ଲାୟନ୍‌ସ କ୍ଲବ ଅଫ୍‌ ହେରିଟେଜ୍‌ ଗାଲାକ୍ସୀ ଓ ଲିଓ କ୍ଲବ୍‌ ଅଫ୍‌ ହେରିଟେଜ୍‌ ଗାଲାକ୍ସୀ ପକ୍ଷରୁ ଭରତକ ଆଶାହତ ଗ୍ରାମରେ ନିର୍ମିତ ଗୋଷ୍ଠୀ ଶୌଚାଳୟ କଂପ୍ଲେକ୍ସ୍‍ ଉଦ୍‌ଘାଟିତ ହୋଇଥିଲା।

ସମ୍ବନ୍ଧିତ ଖବର