୪ ଅନାଥ ଝିଅଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‌

ଚନ୍ଦ୍ରଶେଖରପୁର : ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ଲକ୍ଷ୍ମୀଧର ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ସେମାନଙ୍କ ୪ ଝିଅ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୪ ଭଉଣୀଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ କିସ୍‌ ଫାଉଣ୍ତେସନ୍‌ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିସ୍‌ ଫାଉଣ୍ତେସନ୍‌ ପକ୍ଷରୁ ୪ ଭଉଣୀଙ୍କୁ ସଙ୍ଗେସଙ୍ଗେ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ସେମାନଙ୍କ ଚଳିବା ପାଇଁ ଫାଉଣ୍ତେସନ୍‌ ପକ୍ଷରୁ ମାସିକ ୩ ହଜାର ଟଙ୍କା ବଡ଼ ଭଉଣୀ ରମାମଣିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଆସନ୍ତା ବର୍ଷ ପୁରୀରେ ବ୍ରାହ୍ମଣ ପିଲାଙ୍କ ପାଇଁ କିସ୍‌ର ଏକ ଶାଖା ଖୋଲୁଥିବାରୁ ଶିକ୍ଷା ସମାପ୍ତି ପରେ ସେଠାରେ ରମାମଣିଙ୍କୁ ନିଯୁକ୍ତି ଦିଆଯିବ। ଅନ୍ୟ ଦୁଇ ଭଉଣୀ ଇଚ୍ଛା କଲେ ସେଠାରେ ମଧ୍ୟ ପାଠ ପଢ଼ିପାରିବେ।

ସମ୍ବନ୍ଧିତ ଖବର