ଚନ୍ଦ୍ରଶେଖରପୁର: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କ ପାଠପଢ଼ା ଓ ଚଳିବା ଦାୟିତ୍ବ ମୁଣ୍ଡାଇଛି କିସ୍ ଫାଉଣ୍ଡେସନ। ଏହି ତିନି ଭାଇ ଭଉଣୀ ଦେବକୀ,ବର୍ଷାରାଣୀ ଓ କ୍ଷୀରୋଦଙ୍କ ପାଇଁ ଏବେ ଚଳିବାକୁ ମାସିକ ଆର୍ଥିକ ସହଯୋଗ କରାଯାଇଥିବାବେଳେ କରୋନା କଟକଣା ପରେ ବିଦ୍ୟାଳୟ ଖୋଲିଲେ, ସେମାନଙ୍କୁ କିସ୍ ବିଦ୍ୟାଳୟରେ ଭର୍ତ୍ତି କରାଯିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି। ସେମାନଙ୍କ ମା ବାଳାବତୀ ନାୟକ ଓ ବାପା କୁସନ ନାୟକଙ୍କ ମୃତ୍ୟୁ ପରେ ଏହି ତିନି ପିଲା ଅସହାୟ ହୋଇପଡ଼ିଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସେମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବାକୁ ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କ ନିର୍ଦ୍ଦେଶରେ ସେମାନଙ୍କ ଚଳିଣି ପାଇଁ ମାସିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେମାନଙ୍କୁ କିସ୍ରେ ପାଠ ପଢିବା ସୁଯୋଗ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କରୋନା କଟକଣା ହଟିବା ପରେ ସରକାରୀ ନିୟମ ଅନୁସାରେ କିସ୍ରେ ସେମାନଙ୍କ ନାମ ଲେଖାଯିବ। ଉକ୍ତ ଅଞ୍ଚଳରେ କିସ୍ର ଏଭଳି କାର୍ଯ୍ୟକୁ ବହୁ ପ୍ରଶଂସା ମିଳିଛି।
ତିନି ଅସହାୟ ଶିଶୁଙ୍କ ଦାୟିତ୍ବ ନେଲା କିସ୍
/sambad/media/post_attachments/wp-content/uploads/2020/10/dhf7h987h98s7h98fs798hfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)