ଚନ୍ଦ୍ରଶେଖରପୁର : ସାମାଜିକ ଓ ଭାବାତ୍ମକ ଶିକ୍ଷା ଉପରେ ଅନଲାଇନ୍ ପାଠ୍ୟକ୍ରମ ସକାଶେ କିଟ୍, କିସ୍ ଓ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ୍ ଫର ପିସ୍ ଆଣ୍ଡ ସଷ୍ଟେନେବଲ୍ ଡେଭେଲମେଣ୍ଟ ମଧ୍ୟରେ ମିଳିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ବିଶ୍ବବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍ ତ୍ରିପାଠୀ ଏବଂ ୟୁନେସ୍କୋ ଏମଜିଆଇପିର ନିର୍ଦ୍ଦେଶକ ଡ. ଅନନ୍ତ ଦୁରିଆପ୍ପାଙ୍କ ଉପସ୍ଥିତିରେ ଏହି ବୁଝାମଣା ହୋଇଥିଲା। ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ ସମଗ୍ର ବିଶ୍ବରେ ପ୍ରଥମ। ଏହି ପାଠ୍ୟକ୍ରମକୁ ୟୁଜିସି ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ୩ଟି ପର୍ଯ୍ୟାୟରେ ୧୦ଟି କୌଶଳ ଉପରେ ୪୦ ଘଣ୍ଟାର ପାଠ୍ୟକ୍ରମ ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଯୋଗଦେଇ ୟୁନେସ୍କା ଏମଜିଆଇପିର ନିର୍ଦେଶକ ଡ. ଦୁରିଆପ୍ପା କହିଲେ କିଟ୍ ଓ କିସ୍ ମାନବିକତାର ଦର୍ପଣ। ଏନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଉଭୟ କିଟ୍ ଓ କିସ୍ ସହାନୁଭୁତି ଓ ଦୟା ମାନବିକତା ଉପରେ ପର୍ଯ୍ୟବସିତ ଆର୍ଟ ଅଫ୍ ଗିଭିଂ, କନ୍ୟା କରିଣ, କଳିଙ୍ଗ ଫେଲୋସିପ୍, ନୂଆ ମନ ନୂଆ ସପନ, ଓଡ଼ିଶା ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସଶକ୍ତୀକରଣ କାର୍ଯ୍ୟକ୍ରମ ଅଗ୍ରୀମ ଭୂମିକା ଗ୍ରହଣ କରିଛି। ୟୁନେସ୍କୋ ଏମଜିଆଇପି ସହଯୋଗରେ କିଟ୍ ଓ କିସ୍ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଭାବାବେଗ ସଶକ୍ତ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଜାତିସଂଘ ଓ ଅନେକ ଦୂତାବାସର ପ୍ରତିନିଧି ଯୋଗଦେଇଥିଲେ।
ସାମାଜିକ ଓ ଭାବାତ୍ମକ ଶିକ୍ଷା ପାଇଁ କିସ୍-ୟୁନେସ୍କୋ ବୁଝାମଣା
/sambad/media/post_attachments/wp-content/uploads/2021/11/Kiit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)