ଚନ୍ଦ୍ରଶେଖରପୁର: ‘କିସ୍’ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କିସ୍ ପରିସରରେ ଆଜି ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, କିସ୍ ପରି ଅନୁଷ୍ଠାନରେ ସମାଜର ଅବହେଳିତଙ୍କୁ ସୁଯୋଗ ଦିଆଯାଇଛି। ଯେଉଁ ପିଲାମାନେ ସ୍ନେହରୁ ବଞ୍ଚି ହେଉଛନ୍ତି, ସେମାନେ କିସ୍ରୁ ସ୍ନେହ ପାଉଛନ୍ତି। ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆରଏନ୍ ଦାଶ, କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଓ କୁଳସଚିବ ଜୁଲିଅସ୍ ଲାକ୍ରା ଉପସ୍ଥିତ ଥିଲେ। କିସ୍ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍ ଆଦିବାସୀ ପିଲାଙ୍କ ସହ ଜନ୍ମଦିନ ପାଳିଛନ୍ତି। ତିଥି ଅନୁଯାୟୀ ଗଣେଶ ଚତୁର୍ଥୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଜନ୍ମ ଦିନ ପଡ଼ିଥିବାରୁ ଆଜି ସେ ‘କିସ୍’ର ୩୦ ହଜାର ଛାତ୍ରଛାତ୍ରୀଙ୍କ ଗହଣରେ ନିଜର ଜନ୍ମଦିନ ପାଳନ କରିଛନ୍ତି।
କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2018/09/kiit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)