କିଟ୍‌ରେ ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର’

ଭୁବନେଶ୍ୱର: ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆରମ୍ଭ ହୋଇଥିବା ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର’ ପ୍ରତିଯୋଗିତାର ଆଜି ଥିଲା ଚତୁର୍ଥ ଦିନ। କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ୩୦ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ମିମିକ୍ରି ଏବଂ ଗପ କହିବାର ଦକ୍ଷତାକୁ ପ୍ରତିପାଦିତ କରିଥିଲେ। ଏଥିସହ ଛାତ୍ରଛାତ୍ରୀ ଚକ୍‌ଲେଟ୍‌ ମୋବାଇଲ୍‌ ଷ୍ଟୁଡିଓରେ ଅନୁଭୂତି ବଖାଣିଥିଲେ। ଆର୍‌ଜେ ଅନିଲ୍‌, କୋମଲ୍‌ ଓ ଅନିଲ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଣ୍ଠଶିଳ୍ପୀ ସଂଗ୍ରାମ ମହାନ୍ତି ଗୀତ ଗାଇ ଛାତ୍ରଛାତ୍ରୀଙ୍କ ମନୋରଂଜନ କରିଥିଲେ। ଆର୍‌ଚି ବାସୁ, କସ୍ତୁରୀ ଦାସ, ଶୁଭମ୍‌ ଓ ଦୀପ୍‌ଲିନା ଶ୍ରେଷ୍ଠ ପ୍ରତିଯୋଗୀ ବିବେଚିତ ହୋଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଟେକ୍‌ନୋ ରାଇମୋ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ବିଦୁଷୀ ରସ୍‌ତୋଗୀ ଏବଂ ଋଷଭ ଘୋଷ୍‌ଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ସ୍ୱାଧୀନତା ଦିବସରେ ହୋଇଥିବା ଟାଟା ଷ୍ଟ୍ରାଇଡର୍‌ ଫ୍ରିଡମ ପ୍ରତିଯୋଗିତାର ବିଜେତା ବିଶ୍ୱଜିତ୍‌ଙ୍କୁ ଟାଟା ଷ୍ଟ୍ରାଇଡର୍‌ର ପରମେଶ୍ୱର ଖଓ୍ଵାଟିଆ ଏକ ସାଇକେଲ୍‌ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ। ଅମୃତ ଓ୍ଵାଟର୍‌, ଟେକ୍‌ନୋ ମୋବାଇଲ୍‌ସ, ଓରାଇମୋ, ଏଲ୍‌ଆଇସି, ଲକ୍ଷ୍ମୀ ମୋବାଇଲ୍‌ସ, ବରା କାକରା, ରାପିଡୋ ବାଇକ୍‌ ଟାକ୍ସି, ଏସ୍‌ବିଆଇ, ସଫଲ୍‌, ହ୍ଵାଟ୍‌ସ କୁକିଙ୍ଗ୍‌ ପ୍ରମୁଖ ଏହି ଇଭେଣ୍ଟ୍‌ର ପ୍ରଯୋଜକ ଥିବା ବେଳେ ଆଇଟ୍‌ଡୋର୍‌ ପାର୍ଟନର ଥିଲେ ହିନ୍ଦୁସ୍ତାନ ବିଜ୍ଞାପନ ଏଜେନ୍ସି। ପରେ ହାଇଟେକ୍‌ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ରାଜା ବଗିଚା ସିଟି କଲେଜ, କେଏମ୍‌ବିବି ଇଂଜିନିୟରିଂ କଲେଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର