୩୦ରେ କିଟ୍ ନହ୍ନିପରୀ

ଚନ୍ଦ୍ରଶେଖରପୁର: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୮ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ପାଇଁ ରାଜଧାନୀରେ ଆସି ପହଞ୍ଚିଛନ୍ତି ବିଭିନ୍ନ ରାଜ୍ୟର ୧୯ସହରରୁ ୩୫ଜଣ ଶ୍ରେଷ୍ଠ ପ୍ରତିଯୋଗୀ। ଭୁବନେଶ୍ବରରେ ନିଜ ପରିବାର ସହ ପହଞ୍ଚିବା ପରେ ଆଜି ସମସ୍ତ ପ୍ରତିଯୋଗୀ ପରସ୍ପର ମଧ୍ୟରେ ଚିହ୍ନା ପରିଚୟ ହେବା ସହ କିଟ୍ ଓ କିସର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିଛନ୍ତି। ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି। କିଟ୍ ନହ୍ନିପରୀର ୧୮ତମ ସଂସ୍କରଣ ପାଇଁ କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଗୌହାଟୀ, ଲକ୍ଷ୍ନୌ, ମୁମ୍ବାଇ, ପାଟଣା, ଇଟାନଗର ଓ ଭୁବନେଶ୍ବରରେ ଅଡିସନ୍ ହୋଇଥିଲା। ଶନିବାରଠାରୁ ଏହାର ବିଭିନ୍ନ ଟାଇଟଲ୍ ପ୍ରତିଯୋଗିତା ଆରମ୍ଭ ହେବ। ଶ୍ରେଷ୍ଠ ୧୦ଜଣଙ୍କୁ ବଛାଯାଇ କିଟ୍ ନହ୍ନିପରୀ-୨୦୧୮ ଟାଇଟଲ୍ ପ୍ରଦାନ କରାଯିବ। ବିଜୟୀ ପ୍ରତିଯୋଗୀଙ୍କୁ ୨୧ଲକ୍ଷ ଟଙ୍କା ସହ ନିଜ ବାପା କିମ୍ବା ମା’ଙ୍କ ସହ ଦକ୍ଷିଣ କୋରିଆ ପରିଭ୍ରମଣ ସୁଯୋଗ ମିଳିବ। ପ୍ରଥମ ଓ ଦ୍ବିତୀୟ ଉପବିଜେତାଙ୍କୁ ୧୦ ଲକ୍ଷ ଓ ୯.୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ବର୍ଗରେ ପୁରସ୍କୃତ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅର୍ଥ ରାଶି ପ୍ରଦାନ କରାଯିବ। ଶିକ୍ଷାବିତ୍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଏହି କିଟ୍ ନହ୍ନିପରୀ କାର୍ଯ୍ୟକ୍ରମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କେନ୍ଦୁଝରରୁ ଆରମ୍ଭ ହୋଇଥିଲା। ଫିନାଲେରେ ବଲିଉଡ୍‌ ଓ ଓଲିଉଡ୍‌ର ତାରକାମାନେ ଯୋଗଦେଇ ବିଜୟିନୀମାନଙ୍କୁ ଟାଇଟଲ୍ ମୁକୁଟ ପିନ୍ଧାଇବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର