କେଏମ୍‌ବିବି +୨ ବିଜ୍ଞାନ କଲେଜରେ ସବୁଜ ସଂକଳ୍ପ ଅଭିଯାନ

ବାରଙ୍ଗ: ବାରଙ୍ଗ ବେଲଗଛିଆ ପଞ୍ଚାୟତର ନରଣପୁରସ୍ଥିତ କେଏମବିବି ଯୁକ୍ତ ୨ ବିଜ୍ଞାନ କଲେଜ ପରିସରରେ ସବୁଜ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରେରଣାରେ କଲେଜ ପରିସରରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସବୁଜ ସଂକଳ୍ପ ଅଭିଯାନ ଆରମ୍ଭ କରିଛନ୍ତି। ସମ୍ବାଦ ଶିକ୍ଷା ସମୂହର ନିର୍ଦେଶକ ସରୋଜ କୁମାର ପଣ୍ତାଙ୍କ ମାର୍ଗଦର୍ଶନରେ ଡିନ୍ ବିଜୁନି ସୂତାରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାତ୍ୟା ଫନିରେ ସବୁଜିମା ନଷ୍ଟ ହୋଇଥିବା ପରିସରରେ ବୃକ୍ଷ ରୋପଣ କରି ସବୁଜିମା ଫେରାଇଆଣିବା ଓ ପରିବେଶ ସୁରକ୍ଷା କରିବା ଉଦ୍ଦେଶ୍ୟ ରଖି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମିଳିମିଶି ସଂକଳ୍ପ ନେଇ ଆଜିଠାରୁ ବୃକ୍ଷରୋପଣର ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ ଅଧିକ ବୃକ୍ଷରୋପଣ କରିବା ସହ ପ୍ରତ୍ୟେକ ଗଛକୁ ନିଜ ନାମରେ ନାମିତ କରି ଯତ୍ନ ନେବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର