‌କେଏମ୍‌ବିବି ଯୁକ୍ତ ୩ ମହାବିଦ୍ୟାଳୟରେ ‘ୟୁଫୋରିଆ -୨୦୧୯’

ଭୁବନେଶ୍ୱର: ନରଣପୁରସ୍ଥିତ କେଏମ୍‌ବିବି ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ସମ୍ବର୍ଧନା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେଏମ୍‌ବିବି ଇଂଜିନିୟରିଂ କଲେଜର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୂଲ୍ୟବୋଧ ଏବଂ ଏକ ପରିବାର ହୋଇ ଚଳିବା ସଂପର୍କରେ ଉଦ୍‌ବୋଧନ ଦେଇଥିଲେ। ମହାବିଦ୍ୟାଳୟର ଡିନ୍‌ (ଏକାଡେମିକ୍ସ) ଡ. ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ଦେବା ସହ ମହାବିଦ୍ୟାଳୟର ପରମ୍ପରା ସହ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ କ୍ୟାମ୍ପସ-୨ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ସଭାରେ ବରିଷ୍ଠ ଅଧ୍ୟାପିକା ଡ. ସଂଧ୍ୟାରାଣୀ ଆଚାର୍ଯ୍ୟ ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ। ରସାୟନ ବିଜ୍ଞାନର ଅଧ୍ୟାପିକା ସଂଘମିତ୍ରା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ମିନତିପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ। ଯୁକ୍ତ ୩ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନୁ ସଂୟୋଗ ପୃଷ୍ଟି ଏବଂ ରୋଜାଲିନ୍‌ ଗଡ଼ନାୟକ ମିଷ୍ଟର ଏବଂ ମିସ୍‌ ୟୁଫୋରିଆ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର