କେଏମ୍‌ବିବି କ୍ୟାମ୍ପସ-୨ର ବାର୍ଷିକ କ୍ରୀଡ଼ା ଉତ୍ସବ

ବାରଙ୍ଗ,୧୧/୧(ଇମିସ): ବେଲଗଛିଆ ପଞ୍ଚାୟତ ନରଣପୁର ସ୍ଥିତ କେଏମ୍‌ବିବି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନରଣପୁର ଖେଳ ପଡ଼ିଆରେ ଅନୁଷ୍ଠିତ କ୍ରୀଡ଼ାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ଶିକ୍ଷା ସମୂହର ନିର୍ଦେଶକ ପ୍ରଫେସର ଡ. ସରୋଜ କୁମାର ପଣ୍ତା ଉଦ୍‌ଘାଟନ କରିଥିଲେ। କ୍ରୀଡ଼ା ଦ୍ବାରା ଶରୀର ସୁସ୍ଥ ରହେ ଓ ଶୃଙ୍ଖଳା ଜ୍ଞାନ ବଢ଼ିଥାଏ ବୋଲି ସେ କହିଥିଲେ। ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିବା ବାଳିକା ବିଭାଗର କନିଷ୍ଠରେ ସ୍ବାତୀ ପ୍ରିୟଦର୍ଶିନୀ ମହାନ୍ତ, ବରିଷ୍ଠ ବିଭାଗରେ ଅରୁନ୍ଧତୀ ସ୍ବାଇଁଙ୍କୁ ଓ ବାଳକ ବିଭାଗର କନିଷ୍ଠରେ ଶୁଭେନ୍ଦ୍ର ମହାନ୍ତ, ବରିଷ୍ଠରେ ଅନିମେଶ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଡିନ୍ ବିଜୁନୀ ଚରଣ ସୂତାରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କ୍ରୀଡ଼ାକୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର