କେଏମ୍‌ବିବିରେ କ୍ୟାମ୍ପସ ଚୟନ

ଭୁବନେଶ୍ୱର: କେଏମ୍‌ବିବି କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜିର ଛାତ୍ରଛାତ୍ରୀଙ୍କୁ ନେଇ ଦେଶର ଅଗ୍ରଣୀ ନିର୍ମାଣ ଯୋଜନାକାରୀ ସଂସ୍ଥା ଏସ୍‌ଏମ୍‌ସି ପକ୍ଷରୁ ଏକ କ୍ୟାମ୍ପସ୍‌ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶର ଅନ୍ୟୂନ ୧୨ଟି ରାଜ୍ୟରେ ଏହି ସଂସ୍ଥାର ପ୍ରକଳ୍ପ ଓ କାର୍ଯ୍ୟାଳୟ ଥିବା ବେଳେ ଅନେକ ବିଦେଶୀ ପ୍ରକଳ୍ପରେ ମଧ୍ୟ ଏହା ନିୟୋଜିତ ଅଛି। ଏସ୍‌ଏମ୍‌ସିର ଭୁବନେଶ୍ୱର, ହାଇଦ୍ରାବାଦ୍‌ ଓ ଆଣ୍ଡାମାନ୍‌ କାର୍ଯ୍ୟାଳୟ ପାଇଁ ମେକାନିକାଲ୍‌, ସିଭିଲ୍‌ ଓ ଇଲେକ୍ଟି୍ରକାଲ୍‌ ବିଭାଗରେ ଚୟନ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଏସ୍‌ଏମ୍‌ସି ଶାଖା କାର୍ଯ୍ୟାଳୟରେ ଲିଖିତ ଓ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ପିଲାମାନଙ୍କୁ ବଛାଯାଇଥିଲା। କେଏମ୍‌ବିବିର ଡିନ୍‌ ଡ. ଦେବୀତୋଷ ଆଚାର୍ଯ୍ୟ ଏବଂ ତାଲିମ ଓ ନିଯୁକ୍ତି ଅଫିସର ଅଭିଜିତ୍‌ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ କଲେଜର ପରିଚାଳନା ନିର୍ଦ୍ଦେଶକ ସରୋଜ ପଣ୍ଡା ଓ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର