ଭୁବନେଶ୍ବର: କେଏମ୍ବିବି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ପଦାର୍ଥ ବିଜ୍ଞାନ ଉପରେ ଏକ ଆଲୋଚନାଚକ୍ର କ୍ୟାମ୍ପସ-୨ରେ ଅନୁଷ୍ଠିତ ହୋଇଯାଇଛି। କେଏମ୍ବିବି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନର ଡିନ୍ ବିଜୁନି ଚରଣ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଜ୍ୟାକସନ୍ ଷ୍ଟେଟ୍ ୟୁନିର୍ଭସିଟିର ଆସିଷ୍ଟାଣ୍ଡ ପ୍ରଫେସର ନିହାର ରଂଜନ ପ୍ରଧାନ ଯୋଗଦେଇ ମତ ରଖିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଦ୍ବାରା କିପରି ନୂତନ ଯନ୍ତ୍ର ଉଦ୍ଭାବନ କରାଯାଇ ପାରିବ ଏବଂ ତାହା ଆମର ଦୈନନ୍ଧିନ ଜୀବନରେ ସହାୟକ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସମ୍ବଲପୁର ୟୁନିଭର୍ସିଟି ପଦାର୍ଥବିଜ୍ଞାନ ବିଭାଗର ପ୍ରଫେସର ବାନାର୍ଜୀ ବେହେରା ଯୋଗଦେଇ ଗୋଟିଏ ଯନ୍ତ୍ରକୁ କିଭଳି ଏକାଧିକ କାର୍ଯ୍ୟରେ ଉପଯୋଗ କରାଯାଇ ପାରିବ ତାହା ଉପରେ ମତ ରଖିଥିଲେ। ଅଧ୍ୟାପିକା ସୁଶ୍ରୀ ରୋମାଲି ସୋନମ୍ ସମର୍ପିତା ଓ ଅଧ୍ୟାପକ ପୃଥ୍ବୀରାଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପ୍ରଫେସର ସୀତାଂଶୁ ଶେଖର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ରରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
କେଏମ୍ବିବି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2020/01/65xfh4xf98h7fd98h7f987hf987j984x654njhcv654nvcncvnxcvjxdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)