କେଏମ୍‌ବିବି କଲେଜରେ ଉଦ୍ୟୋଗୀ ସଚେତନତା କର୍ମଶାଳା

ଖୋର୍ଧା: ଖୋର୍ଧା ନିକଟ କେଏମ୍‌ବିବି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟରେ ଇଣ୍ଟରପ୍ରିନ୍ୟୁର୍ ଡେଭଲପମେଣ୍ଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ତିଆ(ଇଡିଆଇଆଇ) ଆନୁକୂଲ୍ୟରେ ତିନି ଦିନିଆ ଉଦ୍ୟୋଗୀ ସଚେତନତା କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଅଶ୍ବିନୀ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ପର୍ଯ୍ୟାୟରେ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇର ରାଜ୍ୟ ନିର୍ଦ୍ଦେଶକ ଡ. ଏସ୍ଏନ୍ ସାହୁ ମୁଖ୍ୟ ଅତିଥି ଏବଂ ଇଡିଆଇଆଇର ଆଞ୍ଚଳିକ ସଂଯୋଜକ ସିଆର୍ ପଟ୍ଟନାୟକ ଓ କଲେଜର ନିର୍ଦ୍ଦେଶକ(ପ୍ରାଶାସନିକ) ସରୋଜ ପଣ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆ ଉଦ୍ୟୋଗୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ କର୍ମଶାଳାରେ ସୂଚନା ଦିଆଯିବା ସହ ଏକ ସଫଳ ଉଦ୍ୟୋଗୀ ନିମନ୍ତେ ଆବଶ୍ୟକ ଗୁଣାବଳି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପାଧ୍ୟକ୍ଷ ସୁବ୍ରତ କୁମାର କବି ସ୍ବାଗତଭାଷଣ ଦେଇଥିବା ବେଳେ ଇଣ୍ଟରପ୍ରିନ୍ୟୁର ଡେଭଲପମେଣ୍ଟ୍ ସଂଯୋଜକ ବ୍ରଜ କିଶୋର ବାରିକ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଦୁର୍ଗା ପ୍ରସାଦ କର, ଅଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ବ୍ରହ୍ମା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର