‌‌କେଏମ୍‌ବିବିରେ ‘ଛାତ୍ରମିତ୍ର କୈଳାସ ଚନ୍ଦ୍ର ଗୁପ୍ତାଙ୍କ ଯୋଗ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଅବସର ପରେ ଗତ ଊଣେଇଶ ବର୍ଷ ଧରି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ଯୋଗବିଦ୍ୟା ପ୍ରଶିକ୍ଷଣ ଦେଇ ଆସୁଥିବା ଇଂ କୈଳାସ ଚନ୍ଦ୍ର ଗୁପ୍ତାଙ୍କୁ ନରଣପୁରସ୍ଥିତ କେଏମ୍‌ବିବି କଲେଜ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଏହି ଅବସରରେ କଲେଜ ପରିସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ବେଦ ଗବେଷକ ଇଂ ପ୍ରିୟବ୍ରତ ଦାସ ପ୍ରାରମ୍ଭିକ ଭାଷଣ ଦେଇ କହିଲେ, ବାନପ୍ରସ୍ଥାଶ୍ରମ ବୈଦିକ ଭାରତର ମହାନ ଆବିଷ୍କାର। ମୁଖ୍ୟବକ୍ତା ଶ୍ରୀ ଗୁପ୍ତା ଦେହ, ମନ ଓ ଆତ୍ମାର ସମ୍ବନ୍ଧ ବିଷୟରେ କହିଥିଲେ। ଦେହ ଆତ୍ମା ପାଇଁ ଆତ୍ମା ଦେହ ପାଇଁ ନୁହେଁ ବୋଲି ସେ କହିଥିଲେ। ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ଶ୍ରୀ ଗୁପ୍ତା ଓ ଶ୍ରୀ ଦାସଙ୍କୁ ସମ୍ବର୍ଧିତ କରିଥିଲେ। ଆର୍ଯ୍ୟ ସମାଜର ମହିଳା ସତ୍‌ସଙ୍ଗର ଆବାହିକା ଲିତା ଦାସ ମହାବିଦ୍ୟାଳୟର ପ୍ରଶଂସା କରିଥିଲେ। ଅଧ୍ୟାପିକା ମିନତିପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର