ଭୁବନଶ୍ୱର: ନରଣପୁରସ୍ଥିତ କେଏମ୍ବିବି ମହାବିଦ୍ୟାଳୟ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷାନୁଷ୍ଠାନ ସମୂହର ଶିକ୍ଷା ନିର୍ଦ୍ଦେଶକ ବିଜୁନି ଚରଣ ସୂତାର ଯୋଗଦେଇ ନେତାଜୀଙ୍କ ଆଜାଦ ହିନ୍ଦ୍ ଫୌଜ ଗଠନ ଓ କଂଗ୍ରେସର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ବର୍ତ୍ତମାନ ସୁଦ୍ଧା ଭାରତୀୟମାନେ ତାଙ୍କ ଆଦର୍ଶରେ ପ୍ରଭାବିତ ବୋଲି ଶ୍ରୀ ସୂତାର କହିଥିଲେ। ସମ୍ମାନିତ ଅତିଥି ଭାବେ ଡିନ୍ ଆଡମିନିଷ୍ଟ୍ରେସନ୍ ମିନତି ପ୍ରଭା ସାହୁ ଯୋଗଦେଇ ନେତାଜୀଙ୍କ ବାଣୀ ‘ଦିଲ୍ଲୀ ଚଲୋ’, ‘ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ର ଆଦିର ମହତ୍ତ୍ୱକୁ ବୁଝି ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ମୁଖ୍ୟ ମୋନାଲିସା ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ରୋମାଲୀ ସୋନମ ସମର୍ପିତା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନେ ମଞ୍ଚରେ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ।
ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଦସ୍ତଖତ ଅଭିଯାନ
ଭୁବନେଶ୍ବର: ଭିଏସ୍ଏସ୍ନଗରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ଆବକ୍ଷ ପ୍ରତିମୂର୍ତ୍ତି ବଦଳରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅଞ୍ଚଳର ପ୍ରବେଶପଥରେ ନିର୍ମାଣ କରିବାକୁ ଦାବି ହୋଇଛି। ଏ ନେଇ ଏକତା ମଞ୍ଚ ଓ ଭିଏସ୍ଏସ୍ନଗର ଯୁବ ପରିଷଦ ପକ୍ଷରୁ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅଭିଯାନରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ, ନିରଞ୍ଜନ ରାଉତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ଆମ୍ ଆଦମୀ ପାର୍ଟି ନେତା ନିଶିକାନ୍ତ ମହାପାତ୍ର, କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରକାଶ ତ୍ରିପାଠୀ, ଏକତା ମଞ୍ଚର ସଭାପତି ନରେନ୍ଦ୍ର କୁମାର ବିଶ୍ୱାଳ, ପରଂବ୍ରହ୍ମ ମାଣିକ, ସଞ୍ଜୟ ମଲ୍ଲିକ, ସୌମ୍ୟରଞ୍ଜନ ପ୍ରଧାନ, ବିନୋଦ ସାହୁ, ଅନନ୍ତ ରେଡ୍ଡୀ, ସର୍ବଜିତ ସାହୁ, କାହ୍ନୁଚରଣ ସେଠୀ, ରବି ସ୍ୱାଇଁ, ବସନ୍ତ ମଲ୍ଲିକ, ବରୁଣ ମଲ୍ଲିକ, ସୋମନାଥ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ। ଏହି ଦସ୍ତଖତ ଦସ୍ତାବିଜ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।
ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ: ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ଅବସରରେ ରସୁଲଗଡ଼ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ନେତାଜୀଙ୍କ ଆଦର୍ଶ ଓ ନୀତିକୁ ଗ୍ରହଣ କରିବାକୁ ଶପଥ ନେଇଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ସାମ୍ମୁଖ୍ୟର ଭୁବନେଶ୍ୱର ଆବାହକ ସୁରେଶ କୁମାର ବାରିକ, ବରିଷ୍ଠ ଆଇନଜୀବୀ ଭିକାରି ଚରଣ ମହାନ୍ତି, ଭକ୍ତ ଚରଣ ଦାସ, ପ୍ରଶାନ୍ତ ପତି, ମନମୋହନ ପଟ୍ଟନାୟକ, ଶରତ ଚହଟରାୟ, ପ୍ରଦୀପ ମିଶ୍ର, ସମରେନ୍ଦ୍ର ସାହୁ, ସରୋଜ ମହାପାତ୍ର, ବଳରାମ ଦେଓ, ଦୀପ୍ତି ପ୍ରସାଦ ନନ୍ଦ, ମନୋରଞ୍ଜନ ପଣ୍ଡା, ବିଜୟ କୁମାର ବାରିକ, ସୁରେଶ କୁମାର ଦାସ, ଗୋପାଳ ପଟ୍ଟନାୟକ, ନିରଞ୍ଜନ ବେହେରା, ଅବିନାଶ ମହାନ୍ତି, ଭାସ୍କର ନାୟକଙ୍କ ସମେତ ସ୍ଥାନୀୟ ବିଜୁ ଜନତା ଦଳର ପୂର୍ବତନ କର୍ପୋରେଟର ଓ କର୍ମୀମାନେ ଉପସ୍ଥିତ ଥିଲେ।
ଉତ୍କଳ ସମ୍ମିଳନୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ନେତାଜୀଙ୍କ ତିରୋଧାନ ଦିବସ ଖୋଜିବା ପାଇଁ ଦାବି କରିଥିଲେ। ନିମାଇଁ ଦାସ, ଶୀତଳ ଚନ୍ଦ୍ର ମହାନ୍ତି, ଅକ୍ଷୟ କୁମାର ଜେଠୀ, ମହେଶ୍ୱର ବିଶ୍ୱାଳ, ଜଟେଶ୍ୱର ଦାଶ, ରାମଚନ୍ଦ୍ର ସାମଲ ଓ ପ୍ରତାପ ମହାପାତ୍ର ପ୍ରମୁଖ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଭିଏସ୍ଏସ୍ନଗର ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ
ଭିଏସ୍ଏସ୍ନଗର ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି। ଭିଏସ୍ଏସ୍ନଗରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁରେନ୍ଦ୍ର ସାଏଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସଂସଦ ଭବନ ସହିତ ଭିଏସ୍ଏସ୍ନଗରରେ ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିଏସ୍ଏସ୍ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅନନ୍ତ ପ୍ରସାଦ ଜେନା, ଉପସଭାପତି ସୁରେନ୍ଦ୍ର ମିଶ୍ର, ସ୍ଥାନୀୟ କର୍ପୋରେଟର ପ୍ରଭାସିନୀ ମହାନ୍ତି, ଦୁର୍ଗାପୂଜା ସମିତିର ଉପସଭାପତି ନିମାଇଁ ଚରଣ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ପ୍ରତାପ ନନ୍ଦ, କୋଷାଧ୍ୟକ୍ଷ ଭ୍ରମରବର ସାହୁ, ଉନ୍ନୟନ ପରିଷଦର କୋଷାଧ୍ୟକ୍ଷ ମହେଶ୍ୱର ବିଶ୍ୱାଳ, ସୁବ୍ରତ ମହାପାତ୍ର, ଅକ୍ଷୟ ଜେଠୀ, ସୁରେଶ କର, କୁମୁଦ ମିଶ୍ର, ମମତା ବେହେରା, ପ୍ରଭାକର ମିଶ୍ର, ଭ୍ରମରବର ପ୍ରଧାନ, ଆଦିତ୍ୟ ବଲ୍ଲଭ ପଟ୍ଟନାୟକ, ଶିବ ମିଶ୍ର, ପ୍ରସନ୍ନ ରଥ, ତ୍ରିଲୋଚନ ରଥ, ନିତ୍ୟରଞ୍ଜନ ନନ୍ଦ, ରାମଚନ୍ଦ୍ର ସାମଲ, ଧରଣୀଧର ରାଉତ, ଶଶୀଭୂଷଣ ଦାସ, ବାସନ୍ତୀ ତ୍ରିପାଠୀ, ବିଜୟ କୁମାର ଦେ, ଖଗେଶ୍ୱର ପରିଡ଼ା, ବିକାଶ କୁମାର କୁଣ୍ଡ, ବୁଦ୍ଧାଦିତ୍ୟ ମୁଣ୍ଡା, ବ୍ରଜବନ୍ଧୁ ସାହୁ, ରଣଧୀର ରାୟ, ଶଙ୍କର ନାରାୟଣ ପାତ୍ର, ପ୍ରତାପ ମହାପାତ୍ର, ପାର୍ଥସାରଥି ମହାପାତ୍ର, ଶଶାଙ୍କ ଶେଖର କାନୁନ୍ଗୋ, ବିବେକାନନ୍ଦ ମହାନ୍ତି ଓ ସୋମନାଥ ଦାଶ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଶୀତଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/24/fXyYEC1ruQXF0GVaOmCy.jpg)