ଭୁବନେଶ୍ୱର : କଟକ ନରଣପୁରସ୍ଥିତ କେଏମ୍ବିବି ଜୁନିୟର ସାଇନ୍ସ କଲେଜର ଛାତ୍ରଛାତ୍ରୀମାନେ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ପରିଭ୍ରମଣରେ ଯାଇଥିଲେ। ଛାତ୍ରଛାତ୍ରୀମାନେ ଆଇଆଇଟିର ଅଧ୍ୟାପକମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେଠାରେ ପ୍ରୟୋଗଶାଳା ବୁଲି ଦେଖିବା ସହ ନୂତନ ପରୀକ୍ଷଣଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ। ଏଭଳି ପରିଭ୍ରମଣ ଛାତ୍ରଛାତ୍ରୀଙ୍କୁ ସଫଳତା ପାଇଁ ପ୍ରେରଣା ଯୋଗାଇବ ବୋଲି କଲେଜ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଭୋଇ ପ୍ରକାଶ କରିଛନ୍ତି। ପରିଭ୍ରମଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ଶଶିକାନ୍ତ ନାୟକ, ଅବନୀ ସ୍ୱାଇଁ ଏବଂ ଅରୁନ୍ଧତୀ ଭୂୟାଁ ପରିଚାଳନା କରିଥିଲେ। ଭବିଷ୍ୟତରେ କଲେଜର ଛାତ୍ରଛାତ୍ରୀମାନେ ନାଇଜର ତଥା ଅନ୍ୟ ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ପରିଭ୍ରମଣରେ ଯିବାର କାର୍ଯ୍ୟକ୍ରମ ଥିବା ଡିନ୍ ଡ. ବିଜୁନି ସୂତାର କହିଛନ୍ତି।
କେଏମ୍ବିବି ଜୁନିୟର ସାଇନ୍ସ କଲେଜର ଛାତ୍ରଛାତ୍ରୀଙ୍କ ଆଇଆଇଟି ପରିଭ୍ରମଣ
/sambad/media/post_attachments/wp-content/uploads/2018/02/kmbb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)