ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍ବିବି କ୍ୟାମ୍ପସ-୨ ଆନୁକୂଲ୍ୟରେ ପଦାର୍ଥ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ଆଇଏପିଟିର ସଂଯୋଜିକା ତଥା ଅବସରପ୍ରାପ୍ତ ପ୍ରଫେସର ଶର୍ମିଷ୍ଠା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଆଲୋକର ଏକାଧିକ ପ୍ରତିଫଳନ’ ଉପରେ ବିଭିନ୍ନ ପ୍ରକାରର ପ୍ରୟୋଗ କରାଇଥିଲେ। ଏହାସହ ଭୁବନେଶ୍ବର ଆଇଏପିଟି ଅନ୍ଭେଷିକାର ସଂଯୋଜିକା ତଥା କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲର ଅଧ୍ୟାପିକା ରାଜଶ୍ରୀ ମହାପାତ୍ର କର୍ମଶାଳାର ପ୍ରୟୋଗ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଇସ୍ରୋ ଅବସରପ୍ରାପ୍ତ ବୈଜ୍ଞାନିକ ପ୍ରଫେସର ଆର୍.ପି ସାହୁ ମଧ୍ୟ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୁନି ଚରଣ ସୂତାରଙ୍କ ଅଧ୍ୟକ୍ଷତାରେ କର୍ମଶାଳା ସମ୍ପାଦିତ ହୋଇଥିଲା। ପଦାର୍ଥ ବିଜ୍ଞାନର ଅଧ୍ୟାପକ ରାକେଶ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। +୨ ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।
କେଏମ୍ବିବି ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ କର୍ମଶାଳା
/sambad/media/post_attachments/wp-content/uploads/2020/01/f5dh4fsd7h8sf97hsf98hsfhsfhsfhsfhfffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)