କେଏମ୍‌ବିବିରେ ସ୍ମାର୍ଟ ସିଟି ସଂପର୍କିତ ଆଲୋଚନା

ଭୁବନେଶ୍ୱର: କେବଳ ସ୍ମାର୍ଟ ସିଟି କହିଦେଲେ ହେବନି। ଭୁବନେଶ୍ୱରର ଲୋକମାନେ କିପରି ୨୪ ଘଣ୍ଟା ପାଣି, ପବନ ଓ ବିଦ୍ୟୁତ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦେବା ଦରକାର। କେଏମ୍‌ବିବି କଲେଜ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରିସରରେ ସ୍ମାର୍ଟ ସିଟି ସଂପର୍କରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଭାଗ ନେଇ ଏହା କହିଛନ୍ତି ‘ସମ୍ବାଦ-ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଆଲୋଚନାରେ ଭାଗ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ପରିଡ଼ା ଓ ଅବସରପ୍ରାପ୍ତ ପୁଲିସ ମହାନିର୍ଦେଶକ ସୂର୍ଯ୍ୟମଣି ତ୍ରିପାଠୀ ଆଇନ୍‌ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ର ସରୋଜିନୀ ବ୍ରହ୍ମା ମହିଳା ସୁରକ୍ଷା ଉପରେ ଆଲୋଚନା କରିଥିଲେ।

ଆଲୋଚନାରେ କେଏମ୍‌ବିବିର ନିର୍ଦେଶକ (ପ୍ରଶାସନ) ସରୋଜ କୁମାର ପଣ୍ଡା, ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାନ୍ତି, ଉପାଧ୍ୟକ୍ଷ ସୁବ୍ରତ କବି ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। କଲେଜର ପ୍ରଶାସିନିକ ଅଧିକାରୀ ଦୁର୍ଗାପ୍ରସାଦ କର, ଅଧ୍ୟାପକ ପୁଲିନ୍‌ କୁମାର ଗନ୍ତାୟତ ଏବଂ ଅଧ୍ୟାପକ ଅମଳେନ୍ଦୁ ବାଗ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର