ସାମାନ୍ୟ କଥାରୁ ଜଣେ ନାବାଳକକୁ ଅନ୍ୟ ଜଣେ ନାବାଳକ ଛୁରି ଭୁସିଦେଲା

କଦଳୀ ବିକ୍ରି ବାହାନାରେ ଆପାର୍ଟମେଣ୍ଟରୁ ମୋବାଇଲ ଚୋରି, ଯୁବକ ଗିରଫ

ଭୁବନେଶ୍ୱର : ସାମାନ୍ୟ କଥାରୁ ଜଣେ ନାବାଳକକୁ ଅନ୍ୟ ଜଣେ ନାବାଳକ ଛୁରି ଭୁସି ଦେବା ଅଭିଯୋଗ ହୋଇଛି। ଗତ ୧୩ ତାରିଖ ଦିନ ଜୟଦେବ ବିହାର ନିକଟସ୍ଥ ଏକ ଘରୋଇ କଲେଜ ନିକଟରେ ଏହି ଘଟଣା ଘଟିଥିଲା। କଥା କଟାକଟିକୁ ନେଇ ୩ ଜଣ ନାବାଳକଙ୍କ ମଧ୍ୟରେ ଝଗଡ଼ା ହେବା ଭିତରେ ଜଣେ ନାବାଳକ ଘରୁ ଛୁରି ଆଣି ଆଲୋକ ଜ୍ୟୋତି ଦିଗାଲ(୧୬)କୁ ଭୁସି ଦେଇଥିଲା। ପେଟକୁ ଭୁସିବାବେଳେ ଆଲୋକ ହାତ ଦେଖାଇ ଦେବାରୁ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଅଭି‌ଯୋଗ ପରେ ନୂଆପଲ୍ଲୀ ଥାନା ପୁଲିସ ଛୁରି ଭୁସିଥିବା ଅଭିଯୁକ୍ତକୁ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି।

କଦଳୀ ବିକ୍ରି ବାହାନାରେ ଆପାର୍ଟମେଣ୍ଟରୁ ମୋବାଇଲ ଚୋରି, ଯୁବକ ଗିରଫ
ଭୁବନେଶ୍ୱର : କଦଳୀ ବିକ୍ରି ବାହାନାରେ ଆପାର୍ଟମେଣ୍ଟରୁ ମୋବାଇଲ ଫୋନ୍ ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଲକ୍ଷ୍ମୀସାଗର ଉପରସାହିରେ ରହୁଥିବା ସୁନୀଲ କୁମାର ଦାସ। ସୁନୀଲଠାରୁ ପୁଲିସ ଦୁଇଟି ଚୋରି ମାବାଇଲ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସାରେ, ସୁନୀଲ କଦଳୀ ବିକ୍ରି କରିବା ବାହାନାରେ ଲକ୍ଷ୍ମୀସାଗର ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ ଯାଇଥିଲା। ସେହି ଆପାର୍ଟମେଣ୍ଟରେ ରହୁଥିବା ସୁରଜ କୁମାର ପ୍ରଧାନଙ୍କ ଫ୍ଲାଟରୁ ଦୁଇଟି ମୋବାଇଲ ଫୋନ୍ ଚୋରି କରି ନେଇଥିଲା। ଏ ନେଇ ସୁରଜ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ସୁନୀଲକୁ ଗିରଫ କରିବା ସହ ଦୁଇଟି ମୋବାଇଲ ଫୋନ୍ ଉଦ୍ଧାର କରିଥିଲା। ସୁନୀଲକୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର