କାନ୍ଥ କାନଭାସ ପଛର ପ୍ରେରଣାଦାୟୀ କାହାଣୀ: ଓଡ଼ିଶା ପାଇଁ ପ୍ରେରଣା ସାଜିଥିବା ୮ ଜଣ ମହିଳାଙ୍କ ବାବଦରେ ଜାଣନ୍ତୁ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ | ତେବେ ଓଡ଼ିଶା ତଥା ଭାରତ ପାଇଁ ପ୍ରେରଣା ଆଣିଥିବା ଏଭଳି କିଛି ମହିଳାଙ୍କୁ ନେଇ ଏକ ସ୍ୱତନ୍ତ୍ର ଭିଡିଓ ଉତ୍କଳମ୍ରିତା ପକ୍ଷରୁ ପ୍ରସ୍ତୁତ କରାଯାଇଛି | ରାଜଧାନୀ ରାଜରାସ୍ତା କଡରେ ଚିତ୍ରିତ ହୋଇଥିବା କିଛି ପ୍ରେରଣାଦାୟୀ ମହିଳାଙ୍କୁ ଯେଭଳି ରାଜ୍ୟବାସୀ ମନେପକାଇବେ ସେହି ଲକ୍ଷ୍ୟ ନେଇ ଭିଡିଓଟି ପ୍ରସ୍ତୁତ କରାଯାଇଛି | ମାର୍ଚ୍ଚ ୮ ଅବସରରେ ୮ ଜଣ ମହିଳା ହସ୍ତତନ୍ତ ଶାଢ଼ୀ ପିନ୍ଧି ଓଡ଼ିଶାର ୮ ଜଣ ପ୍ରେରଣାଦାୟୀ ମହିଳାଙ୍କୁ ଉପସ୍ଥାପନ କରିଛନ୍ତି | ଏହି ୮ ଜଣ ମହିଳାଙ୍କ ମଧ୍ୟରେ ସଂଯୁକ୍ତା ପାଣିଗ୍ରାହୀ, ଶାରଳା ଦେବୀ, ନନ୍ଦିନୀ ଶତପଥୀ, ତୁଳସୀ ମୁଣ୍ଡା, ଦୁତି ଚାନ୍ଦ, ଡଲି ଜେନା, କୁନ୍ତଳା କୁମାରୀ ସାବତ, ଶଶିମଣି ଦେବୀଙ୍କୁ ସମ୍ମାନ ଜଣାଯାଇଛି | ରାଜନୀତି,କ୍ରୀଡା,ସିନେମା, ସଂସ୍କୃତି, ସାହିତ୍ୟ ସହ ଅନେକରେ ପାରଦର୍ଶିତା ହାସଲ କରିଥିବା ମହିଳାଙ୍କୁ ଭିଡ଼ିଓଟିରେ ସ୍ଥାନିତ କରାଯାଇଛି |

ସଂଯୁକ୍ତା ପାଣିଗ୍ରାହୀ
ଓଡିଶୀ ନୃତ୍ୟକୁ ସାରା ବିଶ୍ୱରେ ପରିଚିତ କରାଇବା ପଛରେ ସଂଯୁକ୍ତା ପାଣିଗ୍ରାହୀଙ୍କର ଏକ ବଡ ଅବଦାନ ଥିଲା | ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ |
ଶାରଳା ଦେବୀ
ଅସହଯୋଗ ଆନ୍ଦୋଳନରେ ପ୍ରଥମ ଓଡ଼ିଆ ମହିଳା ଭାବେ ୧୯୨୧ ମସିହାରେ ଶାରଳା ଦେବୀ ଯୋଗ ଦେଇଥିଲେ | ଏପ୍ରିଲ ୧, ୧୯୩୬ ମସିହାରେ ଓଡ଼ିଶା ବିଧାନସଭାକୁ ପ୍ରଥମ ମହିଳା ଭାବେ ଶାରଳା ଦେବୀ ନିର୍ବାଚିତ ହୋଇଥିଲେ |

 

View this post on Instagram

 

A post shared by Utkalamrita (@utkalamrita)


ତୁଳସୀ ମୁଣ୍ଡା
ସମାଜସେବୀ ଭାବେ ବେଶ ପରିଚିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଆଦିବାସୀ ଇଲାକାରେ ଶିକ୍ଷା ଅଭିଯାନକୁ ପ୍ରସାର କରାଇଥିଲେ | ପ୍ରାୟ ୨୦ ହଜାର ଆଦିବାସୀ ପିଲାଙ୍କୁ ଶିକ୍ଷିତ କରାଇବା ପଛରେ ତୁଳସୀଙ୍କର ଏକ ବଡ ଯୋଗଦାନ ଥିଲା |
ଦୁତି ଚାନ୍ଦ
ଅନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଥିବା ଦୁତି ଚାନ୍ଦ, ୧୦୦ ମିଟର ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ମହିଳା ଭାବେ ସେ ସ୍ବର୍ଣ୍ଣପଦକ ଜିତିଥିଲେ |

ଡଲି ଜେନା
ଏକାଧାରରେ ଫିଲ୍ମ ନିର୍ଦ୍ଦେଶିକା, ଅଭିନେତ୍ରୀ, ପ୍ରଯୋଜିକା ଭାବେ ପରିଚିତ ଡଲି ଜେନା ୧୯୯୨ ମସିହାରେ ତାଙ୍କର ପ୍ରଥମ ଓଡ଼ିଆ ଡେବ୍ୟୁ ଫିଲ୍ମ ତାରା ପାଇଁ ଜାତୀୟ ପୁରସ୍କାର ପାଇଥିଲେ |
କୁନ୍ତଳା କୁମାରୀ ସାବତ
ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ସ୍ୱାଧୀନତା ସଂଗ୍ରାମୀ ଭାବରେ କୁନ୍ତଳା କୁମାରୀ ସାବତ ବେଶ ସୁନାମ ଅର୍ଜନ କରିଥିଲେ | ଏକାଧାରରେ ଜଣେ ଲେଖିକା,ନେତ୍ରୀ ସାମାଜିକ କର୍ମୀ ଭାବେ ସେ ବେଶ ଜଣାଶୁଣା |

ଶଶିମଣି ଦେବୀ
ଜଗନ୍ନାଥ ମହାପ୍ରଭୁଙ୍କ ଶେଷ ଦେବଦାସୀ ଭାବେ ପରିଚିତ ଶଶିମଣି ଦେବୀ ୧୨ ବର୍ଷ ବୟସରୁ ଦେବଦାସୀ ହୋଇଥିଲେ | ୨୦୧୫ ମସିହା ମାର୍ଚ୍ଚରେ ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା |
ନନ୍ଦିନୀ ଶତପଥୀ
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ୧୯୭୧ରୁ ୧୯୭୬ ପର୍ଯ୍ୟନ୍ତ କ୍ଷମତାରେ ଥିଲେ | ୫୦ ବର୍ଷର ରାଜନୀତି କ୍ୟାରିୟର ମଧ୍ୟରେ ସେ କେବେ ବି ନିର୍ବାଚନ ହାରିନଥିଲେ |

ସମ୍ବନ୍ଧିତ ଖବର