କୋକିଳ ଡ୍ୟାନ୍‌ସ ଓ ମ୍ୟୁଜିକ୍ ଏକାଡେମିର ପ୍ରତିଷ୍ଠା ଦିବସ

ଖଣ୍ଡଗିରି: କୋକିଳ ଡ୍ୟାନ୍‌ସ ଓ ମ୍ୟୁଜିକ୍ ଏକାଡେମିର ପ୍ରଥମ ପ୍ରତିଷ୍ଠା ଦିବସ ପୋଖରୀପୁଟସ୍ଥିତ ଏକାଡେମି ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ମୋ’ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥି ଭାବେ ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ସ୍ଥାନୀୟ ୬୨ ନମ୍ବର ୱାର୍ଡ କର୍ପୋରେଟର ଚାରୁଲତା ସାମନ୍ତରାୟ, ଅନୁଷ୍ଠାନର ସଭାପତି ହୃଦୟବଲ୍ଲଭ ସାମନ୍ତରାୟ, କର୍ପୋରେଟର ଅଶ୍ବିନୀ ସୁନ୍ଦରରାୟ ଉପସ୍ଥିତ ଥିଲେ। ସଂଗଠନ ଅଧ୍ୟକ୍ଷା ମୋନାଲିସା ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ପରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ନୃତ୍ୟଗୀତ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର