କଲିକତା ଓ ପୁରୀ ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଚନ୍ଦ୍ରଶେଖରପୁର : ଗ୍ରୀଷ୍ମ ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ପାଇଁ କଲିକତା ଓ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯିବାକୁ ସ୍ଥିର କରାଯାଇଛି। ଚଳିତ ମାସ ମେ ୧୩ରୁ ଜୁନ୍‌ ୨୪ ପର୍ଯ୍ୟନ୍ତ କଲିକତା-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏହି ଟ୍ରେନ୍‌ କଲିକତାରୁ ପ୍ରତି ରବିବାର ରାତି ୧୧.୫୫ରୁ ଛାଡ଼ି ପରଦିନ ସକାଳ ୧୦ଟାରେ ପୁରୀରେ ପହଞ୍ଚିବ। ସେହିପରି ଏହି ଟ୍ରେନ୍‌ ପୁରୀରୁ ପ୍ରତି ସୋମବାର ରାତି ୧୧.୩୦ରେ ଛାଡ଼ିବ। ଏହି ଟ୍ରେନ୍‌ରେ ଗୋଟିଏ ଏସି ୨-ଟାୟର୍‌, ୪ଟି ଏସି ୩-ଟାୟର୍‌, ୬ଟି ସ୍ଲିପର୍‌ କ୍ଲାସ୍‌, ୬ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ୍‌ ଭ୍ୟାନ୍‌ ରହିଛି। ଏହି ଟ୍ରେନ୍‌ ଉଭୟ କଲିକତା ଓ ପୁରୀ ମଧ୍ୟରେ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍‌, କଟକ, ଭୁବନେଶ୍ୱର ଓ ଖୋର୍ଧା ରୋଡ ଷ୍ଟେସନ୍‌ରେ ରହଣି କରିବ। ପୂର୍ବତଟ ରେଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ଗ୍ରୀଷ୍ମକାଳୀନ ଟ୍ରେନ୍‌ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର