ଭୁବନେଶ୍ୱର: କୋଣାର୍କ ପରିବାର ପକ୍ଷରୁ କବିତା ଆସର ଓ ପ୍ରତୀକ (ଲୋଗ) ଉନ୍ମୋଚନ ଉତ୍ସବ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ଆୟକର ବିଭାଗର କମିସନର ତଥା କବି ଶରତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଆ ସାହିତ୍ୟର ସ୍ୱାଭିମାନ କବିତାରେ ବାନ୍ଧିହୋଇ ରହିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମସଂପାଦକ କବି ନିରଞ୍ଜନ ସେଠୀ କହିଲେ, ପ୍ରତ୍ୟେକ କବି ପ୍ରାଣ ସାହିତ୍ୟକୁ ବଞ୍ଚାଇବା ସହିତ ଲୋକାଭିମୁଖୀ କରାଇବାର ଦାୟିତ୍ୱ ଆପଣାନ୍ତୁ। କପିଳେଶ୍ୱର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ଅତିଥିମାନଙ୍କ ଦ୍ୱାରା ପ୍ରତୀକ ଉନ୍ମୋଚିତ ହୋଇଥିଲା। ସାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଘାସିରାମ ମିଶ୍ର ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ଲୋକକଳାର ସମୃଦ୍ଧି, ମର୍ଯ୍ୟାଦା ବୃଦ୍ଧି ପାଇଁ କବିମାନଙ୍କର ବିଶେଷ ଭୂମିକା ରହିଛି ବୋଲି କହିଥିଲେ। କବି ପ୍ରତାପ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରାବଣୀ ଦାସ, ସଂଜୟ ଜୟସିଂହ, ଜୟଶ୍ରୀ ଜେନା, ଦେବୀ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କୋଣାର୍କ ପରିବାରର ସଂପାଦକ ବିଚିତ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶାରଦା ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ।
ଓଡ଼ିଆ ସାହିତ୍ୟର ସ୍ୱାଭିମାନ କବିତାରେ ରହିଛି
କୋଣାର୍କ ପରିବାରର ମୌସୁମୀ କବିତା ଆସର
/sambad/media/post_attachments/wp-content/uploads/2018/07/m14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)