ନନ୍ଦନକାନନକୁ ଆସିଲା କୋରାପୁଟରୁ ଉଦ୍ଧାର ଦେଶୀ ଭାଲୁ

ବାରଙ୍ଗ : କୋରାପୁଟ ବଡ଼ଦେଉଳ ଅଞ୍ଚଳରୁ ଉଦ୍ଧାର ଦେଶୀ ଭାଲୁକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି। ଗତ ମାସ ୨୬ ତାରିଖରେ ଭାଲୁଟିକୁ ଏକ କୂଅ ମଧ୍ୟରୁ କୋରାପୁଟ ବନ ବିଭାଗ ଉଦ୍ଧାର କରିଥିଲା। ଉଦ୍ଧାର ଭାଲୁଟିକୁ ଏକ ଗାଡ଼ିରେ ଧରି ଆଜି କୋରାପୁଟ୍‌ର ରେଞ୍ଜ ଅଫିସର ସୁବାସ ଚନ୍ଦ୍ର ଖୁଣ୍ଟିଆ ଓ ଅନ୍ୟ ୨ ଜଣ ସହଯୋଗୀ ପୂର୍ବାହ୍ଣ ୧୧ଟା ବେଳେ ନନ୍ଦନକାନନରେ ପହଞ୍ଚିଥିଲେ। ସେମାନେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଭାଲୁଟିକୁ ହସ୍ତାନ୍ତର କରିଥିଲେ। ପରେ ତାକୁ ନନ୍ଦନକାନନର କ୍ୱାରେନ୍‌ଟାଇନ୍‌ ମଧ୍ୟରେ ରଖାଯାଇଛି। ଭାଲୁଟିର ବୟସ ୬ ମାସ ଓ ସେ ଅଣ୍ଡିରା ବୋଲି ଜଣା ପଡ଼ିଛି। ଏହି ଭାଲୁଟି ପହଞ୍ଚିବା ପରେ ନନ୍ଦନକାନନରେ ଦେଶୀ ଭାଲୁ ସଂଖ୍ୟା ୧୫ ହୋଇଛି। ଏମାନଙ୍କ ମଧ୍ୟରେ ୧୦ ଅଣ୍ଡିରା ଓ ୫ ମାଈ ଅଛନ୍ତି।

ସମ୍ବନ୍ଧିତ ଖବର