କୃପାଜଳରେ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : କୃପାଜଳ ଗ୍ରୁପ୍‌ ଅପ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ୍ ପକ୍ଷରୁ ଦୁଇଦିନିଆ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ତଥା ଔପନ୍ୟାସିକ ବିଭୂତି ପଟ୍ଟନାୟକ ଯୋଗଦେଇ ପୁସ୍ତକ ହିଁ ଜ୍ଞାନର ଭଣ୍ଡାର ବୋଲି କହିଛନ୍ତି। ଜଣେ ଲେଖକ ହେବା ପୂର୍ବରୁ ଜଣେ ଭଲ ପାଠକ ହେବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି। ଅନ୍ୟତମ ପ୍ରବକ୍ତା ଭାବେ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ଯୋଗଦେଇ ଜୀବନରେ ଅନେକ ସଂଘର୍ଷ ଭିତରେ ସେ କିଭଳି ସଙ୍ଗୀତକୁ ବଞ୍ଚାଇ ରଖିପାରିଛନ୍ତି ସେ ନେଇ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଓଡ଼ିଶାର କଳା ସଂସ୍କୃତି ବଞ୍ଚାଇ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। କୃପାଜଳ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ଭବାନୀ ଚରଣ ରଥ ଅଧ୍ୟକ୍ଷତା କରିବା ଅବସରରେ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରୁ ଦୂରରେ ରହି ପୁସ୍ତକରୁ ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ। କୃପାଜଳ ନିର୍ଦ୍ଦେଶକ ବିଭୂତି ଭୂଷଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଭୟ ଅତିଥିଙ୍କୁ କୃପାଜଳ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କୃପାଜଳ ଇଞ୍ଜିନିୟରିଂ କଲେଜ୍‌ର ପ୍ରିନ୍‌ସିପାଲ ଡ. ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିତେନ୍ଦ୍ରୀୟ ହରିପାଲ ରଙ୍ଗବତୀ ସହ ଅନ୍ୟ କେତେକ ହିଟ୍‌ ସମ୍ବଲପୁରୀ ଗୀତ ଗାଇ ମନୋରଞ୍ଜନ କରିଥିଲେ।

ସମ୍ବନ୍ଧିତ ଖବର