ଭୁବନେଶ୍ବର: ଫନି ବାତ୍ୟାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଛି। ଏଥିରେ ଭୁବନେଶ୍ବର ଉପକଣ୍ଠ ଜାତୀୟ ରାଜପଥ ଉଭୟ ପାର୍ଶ୍ବରେ ଥିବା କୃପାଜଳ ଗ୍ରୁପ୍ ଅନୁଷ୍ଠାନ ସମୂହର ବ୍ୟାପକ କ୍ଷତି ହୋଇଛି। ପ୍ରାରମ୍ଭିକ ଆକଳନରେ କ୍ଷତିର ପରିମାଣ ୧୫ କୋଟିରୁ ଊର୍ଧ୍ବ ହେବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। କମ୍ପ୍ୟୁଟର ଲାବରେଟୋରି, ସରଞ୍ଜାମ, ଲାଇବ୍ରେରି, ଉତ୍କର୍ଷ କେନ୍ଦ୍ର, ଯାନବାହନ, ସୋଲାର ପାୱାର ଷ୍ଟେସନ, କୋଠା, ପାଚେରି, ଟ୍ରାନ୍ସ୍ଫର୍ମର, ଇଣ୍ଟରନେଟ୍ ଟାୱାର, ଜେନେରେଟର ସମେତ ଅନୁଷ୍ଠାନକୁ ଘେରି ରହିଥିବା ସବୁଜ ବଳୟ ଧ୍ବସ୍ତବିଧ୍ବସ୍ତ ହୋଇଛି। ବିଜୁଳି ସଂଯୋଗ ନଥିବାରୁ ୧୦ ଦିନ ଧରି ପରିସର ଅନ୍ଧାର ଥିବା ବେଳେ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଚଳିତ ୨୦ ତାରିଖରୁ ବିପିୟୁଟି ସେମିଷ୍ଟର ପରୀକ୍ଷା ଆରମ୍ଭ କରୁଥିବା ବେଳେ ଏଭଳି ଅଚଳାବସ୍ଥା ଛାତ୍ରଛାତ୍ରୀଙ୍କୁ ଭୟଭୀତ କରାଇଛି। ପୁନରୁଦ୍ଧାର ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
କୃପାଜଳରେ ୧୫ କୋଟିରୁ ଅଧିକ କ୍ଷତି
/sambad/media/post_attachments/wp-content/uploads/2019/05/Untitled-20-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)