କୃପାଜଳ ଇଂଜିନିୟରିଂ କଲେଜ୍‌ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱରଳ: କୃପାଜଳ ଇଂଜିନିୟରିଂ କଲେଜ୍‌ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମିଳିତ ସହଯୋଗରେ ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଟେରିଟୋରି ଟେକ୍‌ନିକାଲ୍‌ ସର୍ଭିସ୍‌ ମ୍ୟାନେଜର୍‌ ଶ୍ୟାମସୁନ୍ଦର ମିଶ୍ର, ଟେରିଟୋରି ମ୍ୟାନେଜର ସୌମେନ୍ଦୁ ମହାପାତ୍ର ଉଦ୍‌ଘାଟନ କରିଥିଲେ। କଲେଜ୍‌ର ଚେୟାରମ୍ୟାନ୍‌ ଡ.ଭବାନୀ ଚରଣ ରଥ, କଲେଜ୍‌ର ଅଧ୍ୟକ୍ଷ ପ୍ରଫେସର ଡ.ନିରଂଜନ ମିଶ୍ର ଏବଂ ନିର୍ଦେଶକ ବିଭୂତିଭୂଷଣ ରଥ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବୈଷୟିକ ଜ୍ଞାନ ପ୍ରତିଯୋଗିତା କରାଯାଇ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରଫେସର ଚିନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର