କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ: ତାଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ବର: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ନିର୍ମାଣର ବିନ୍ଧାଣି ପାରଳା ମହାରାଜା ଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର୍‌ ବିଷ୍ଣୁଚରଣ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପାରଳା ଗଜପତି କୃଷ୍ଣଚନ୍ଦ୍ର ଦେବ ଅତ୍ୟନ୍ତ ସ୍ବାଭିମାନୀ ଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ପାରଳା ଗଜପତି ବିକାଶ ମଞ୍ଚର ସଭାପତି ରାସବିହାରୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଧନ୍ଦାମୂଳକ ଶିକ୍ଷା ପ୍ରତିଷ୍ଠାନର ଉପ-ନିର୍ଦେଶକ ଡ. ହରିହର କାନୁନ୍‌ଗୋ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରଳା ମହାରାଜାଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଗବେଷକ ସାହିତ୍ୟିକ ଅନନ୍ତରାମ କର କୌଣ୍ଡିନ୍ୟ ଓ ହାଇଟେକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ମହାରାଜାଙ୍କ ସ୍ମୃତିଚାରଣ କରିଥିଲେ। ସଂପାଦକ ରାଜକିଶୋର ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ବିଘ୍ନେଶ୍ବର ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପ୍ରଶାନ୍ତ ପାଢ଼ୀ ଓ ରୁଦ୍ର ନାୟକଙ୍କ ସଂଯୋଜନାରେ ସଂଗୀତ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର