ବାଲିଅନ୍ତା: କୁଆଖାଇ ନଦୀରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଚାଲାଣ ହେବା ପରେ ଏବେ ପ୍ରଶାସନର ଚେତା ପଶିଛି। ଉଭୟ ବାଲିଅନ୍ତା ଓ ଭୁବନେଶ୍ୱର ତହସିଲ ସୀମାନ୍ତରେ ଉପୁଜିଥିବା ଏହି ବିବାଦର ସ୍ଥାୟୀ ସମାଧାନ ହେବା ପାଇଁ ଉପ ଜିଲ୍ଲାପାଳଙ୍କ ଦପ୍ତରରୁ ନିର୍ଦ୍ଦେଶ ହୋଇଛି। ଭୁବନେଶ୍ୱର ତହସିଲ ପ୍ରଶାସନର ଜଣେ ଅଧିକାରୀଙ୍କ ସୂଚନାନୁସାରେ ଉଭୟ ବାଲିଅନ୍ତା ଓ ଭୁବନେଶ୍ୱର ତହସିଲଦାରଙ୍କ ଉପସ୍ଥିତିରେ କୁଆଖାଇ ନଦୀର ସୀମାନ୍ତ ଅଞ୍ଚଳକୁ ମାପଚୁପ କରାଯାଇ ଜବରଦଖଲ ଅଂଶ ଚିହ୍ନଟ ହେବ। ଦୁଇ ତହସିଲଦାରଙ୍କ ସହିତ ଆରଆଇ, ଅମିନ, ସୁପରଭାଇଜର୍ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ହୋଇଥିବା ଟିମ୍ ମାପଚୁପ କାର୍ଯ୍ୟରେ ସାମିଲ ହେବେ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଥାନା ଅଧିକାରୀଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଯିବ। ଆସନ୍ତାକାଲି (ସୋମବାର) ଦିନ ଉପରୋକ୍ତ ଦୁଇ ତହସିଲ ପ୍ରଶାସନର ସୀମା ଅଂଶରେ ଚିହ୍ନ ମାରିବେ। ଉଲ୍ଲେଖଯୋଗ୍ୟ ଉକ୍ତ ନିଲାମଧାରୀଜଣକ ଭୁବନେଶ୍ୱର ତହସିଲର ସୀମା ସରହଦକୁ ଡେଇଁ ବାଲିଅନ୍ତା ସୀମାରୁ ବଳପୂର୍ବକ ବାଲି ଉଠାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ସ୍ଥାନୀୟ ଲୋକମାନଙ୍କୁ ଓଲଟି ସେ ନାଲି ଆଖି ଦେଖାଉଛନ୍ତି।
କୁଆଖାଇ ନଦୀରୁ ବେଆଇନ ବାଲି ଉଠାଣ ସୀମା ଚିହ୍ନଟ ହେବ
/sambad/media/post_attachments/wp-content/uploads/2018/07/sand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)