ଭୁବନେଶ୍ବର: ଜାତୀୟ ରାଜପଥ-୧୬ରେ ଥିବା ୪ଟି ବ୍ରିଜ୍ ଯାଞ୍ଚ କରିବ ଜାତୀୟ ରାଜପଥ। ଏହି ତାଲିକାରେ ରହିଛି କୁଆଖାଇ, କାଠଯୋଡ଼ି, ମହାନଦୀ ଓ ବିରୂପା ପୋଲ। ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କୁଆଖାଇ ପୋଲର ସ୍ଥିତି ଯାଞ୍ଚ ହେବ। ଏହି ୬ ଦିନ ଟ୍ରାଫିକ୍ ଡାଇଭର୍ସନ ହେବ। ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ରାଜପଥରେ ଡାକବାଜି ଯନ୍ତ୍ର ଜରିଆରେ ସଚେତନତା ଆରମ୍ଭ ହୋଇଛି। ଭୁବନେଶ୍ବରରୁ କଟକ ଯାଉଥିବା ସମସ୍ତ ଗାଡ଼ି କୁଆଖାଇ ପୋଲ ଠାରୁ ମୋଡ଼ ବୁଲି ବାମ ପଟ ଶେଷରେ ଥିବା ପୋଲରେ କଟକ ଯିବେ। କଟକରୁ ଆସୁଥିବା ସମସ୍ତ ଗାଡ଼ି ମୋଡ଼ ନବୁଲି ପୂର୍ବରୁ ଯେଭଳି ଆସୁଥିଲେ ଆସିବେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏଣୁ ଏହି ୬ ଦିନ କଟକଣାକୁ ମାନିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଯାଞ୍ଚ ହେବ କୁଆଖାଇ ବ୍ରିଜ୍, ୬ ଦିନ ପାଇଁ ପୋଲ ପାଖରୁ ଡାଇଭର୍ସନ
/sambad/media/post_attachments/wp-content/uploads/2020/09/kuakhayi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)