ଭୁବନେଶ୍ୱର: କୁଡ଼ମୀମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା କୁଡ଼ୁମୀ ସେନା ନବୀନ ନିବାସ ଘେରାଉ କରିବ। ଓଡ଼ିଶା କୁଡ଼ୁମୀ ସେନା ସଭାପତି ଜୈମୁନୀ ମହନ୍ତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ଏହି ସମ୍ପ୍ରଦାୟର ପାଖାପାଖି ୨୦ ହଜାର ଲୋକ ଭୁବନେଶ୍ବର ପହଞ୍ଚିବା ସହ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ୨୦୦୪ରେ ସେନା ନବୀନ ନିବାସ ଘେରାଉ କରିଥିଲା। ଏବେ ଏହି ଘଟଣାକୁ ୧୪ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ନାହିଁ। ୧୯୫୦ରେ କୁଡ଼ୁମୀମାନେ ଏହି ମର୍ଯ୍ୟାଦା ପାଉଥିଲେ। ଏହି ବର୍ଷ ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାର ବିନା କାରଣରେ କୁଡ଼ୁମୀମାନଙ୍କ ଠାରୁ ଏହି ଷ୍ଟାଟସ୍ ଛଡ଼ାଇ ନେଲେ। ୨୦୧୬ ଓ ୨୦୧୭ ମସିହାରେ ଏ ନେଇ ଆନ୍ଦୋଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
୭ରେ ନବୀନ ନିବାସ ଘେରିବ କୁଡ଼ୁମୀ ସେନା
/sambad/media/post_attachments/wp-content/uploads/2018/12/download-11.jpg)