ଭୁବନେଶ୍ବର: ଏଫ୍.ଏମ୍. ଦୁନିଆରେ ଗପକୁ ଅଧିକ ଆଗେଇ ନେବାରେ ତଥା ଲୋକପ୍ରିୟ କରାଇବାରେ ରେଡିଓ ଚକ୍ଲେଟ୍ ସବୁବେଳେ ଆଗରେ ରହି ଆସିଛି। ରେଡିଓ ଚକ୍ଲେଟରେ ଆର୍. ଜେ. ସଂଗ୍ରାମଙ୍କ ସ୍ୱରରେ ଜୀବନର କେତେ ରଙ୍ଗ, ଲଭ୍ ଷ୍ଟୋରି, କଥାଟିଏ ଶ୍ରୋତାଙ୍କ ମହଲରେ ବେଶ୍ ଆଦୃତି ଲାଭ କରିଛି। ଏହି ପରିପ୍ରେକ୍ଷୀରେ କୁମାର ପୂର୍ଣ୍ଣିମା ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ବିଶେଷ କାର୍ଯ୍ୟକ୍ରମ ‘କୁମାର ପୂର୍ଣ୍ଣିମା ମାରାଥନ୍ ଷ୍ଟୋରିଜ୍’। କୁମାର ପୂର୍ଣ୍ଣିମାରେ ଦିନସାରା ଗାଳ୍ପିକ ମାନେ ପଠେଇ ଥିବା ନୂଆ ଗପ ରେଡିଓ ଚକ୍ଲେଟ୍ରେ ବାଜିବ ଏବଂ ଏହି ଗପର ଭିଡିଓ ରେଡିଓ ଚକ୍ଲେଟ୍ର ଅଫିସିଆଲ ଫେସ୍ବୁକ୍ରେ ପୋଷ୍ଟ କରାଯିବ। ଗପଟି ପ୍ରେମ ଭିତ୍ତିକ ଅବା କୁମାର ପୂର୍ଣ୍ଣିମା ଉପରେ ଆଧାରିତ ହେବା ଉଚିତ୍। ଗାଳ୍ପିକ ନିଜର ତିନି ମିନିଟ୍ର ଗପଟିକୁ ନିଜେ ପାଠକରି ତା’ର ଏକ ଭିଡିଓ ରେଡିଓ ଚକ୍ଲେଟ୍ର ୮୯୦୮୦୨୦୧୦୪ ନମ୍ବରକୁ ହ୍ୱାଟ୍ସଆପ୍ କରିପାରିବେ। ଗପର ଭିଡିଓକୁ ପଠାଇବାର ଶେଷ ତାରିଖ ଅକ୍ଟୋବର ୩୦। ଭିଡିଓଟି ପରିଷ୍କାର ତଥା ଶ୍ରବଣଯୋଗ୍ୟ ହେବା ଦରକାର। ଅନ୍ୟ ଲେଖକଙ୍କ ଲେଖାକୁ ନିଜନାମ ଦେଇ ପାଠ କରି ପଠାଇଥିବା ଗାଳ୍ପିକଙ୍କ ଗଳ୍ପକୁ ନାକଚ କରିଦିଆଯିବ।
ରେଡିଓ ଚକ୍ଲେଟ୍ରେ କୁମାର ପୂର୍ଣ୍ଣିମା ମାରାଥନ୍ ଷ୍ଟୋରିଜ୍
/sambad/media/post_attachments/wp-content/uploads/2020/10/radio-chocklate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)