ହରିପ୍ରସାଦ ପଟ୍ଟନାୟକଙ୍କୁ କୁମାରଶ୍ରୀ ସମ୍ମାନ

ୟୁଥ୍‌ ଓ କାପୋକ ପକ୍ଷରୁ ରାଜ୍ୟସ୍ତରୀୟ କୁମାର ଉତ୍ସବ

ଭୁବନେଶ୍ୱର : କୁମାର ପୂର୍ଣ୍ଣମୀ ଅବସରରେ ୟୁଥ୍‌ ଏବଂ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ) ପକ୍ଷରୁ ସପ୍ତଦଶ କୁମାର ଉତ୍ସବ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟଗୀତ ସହ ଗୁରୁ ନିରଞ୍ଜନ ରାଉତଙ୍କ ନିର୍ଦେଶନାରେ ଶିଳ୍ପୀମାନଙ୍କ କୁମାର ପୂନେଇଁ ଜହ୍ନଗୋ ଫୁଲ ବଉଳ ବେଣୀ ଗୀତ ଉତ୍ସବଟିକୁ ବେଶ ଉପଭୋଗ୍ୟ କରିଥିଲା। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ଉତ୍କଳ କରାଟୋ ସ୍କୁଲର ସମ୍ପାଦକ ତଥା ବିଶିଷ୍ଟ କରାଟେ ପ୍ରଶିକ୍ଷକ ହରିପ୍ରସାଦ ପଟ୍ଟନାୟକଙ୍କୁ କୁମାରଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ବିଶେଷ ସିନେତାରକା ସମ୍ମାନରେ ଅଭିନେତ୍ରୀ ଅର୍ପିତା କର, ସୁଭଦ୍ରା ମହାନ୍ତି, ଅଭିନେତା ଶୁଭାଶିଷ ଶର୍ମା ଓ ନିର୍ଦେଶକ କୈଳାସ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଆନ୍ତର୍ଜାତିକ ପିପୁଲ୍‌ସ ଚଏସ ଲିଡର ସମ୍ମାନ ବିଜେତା ଯୁବ ସମାଜସେବୀ ବିକ୍ରମ ନାୟକ, ନୃତ୍ୟଶିଳ୍ପୀ ସୁଜାତା ସାହୁ,ବିରାଜ ଦାସ ଓ ଉଦୟଭାନୁ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନୁଷ୍ଠାନ ପକ୍ଷରୁ କୁନି କୁନି ପିଲାଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିିଭିନ୍ନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ୟଙ୍ଗକବି ଡ. କୁଳାଙ୍ଗାର ବ୍ୟଙ୍ଗ କବିତା ପରିବେଷଣ କରିଥିଲେ। କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଇଂ ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଧନ୍ୟବାଦ ଦେଇଥିଲେ ୟୁଥ୍‌ର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି। ଦିଲ୍ଲୀପ ନାୟକ, ସଂଘମିତ୍ରା ଦାସ, ଲଲାଟ ସାହୁ, ମୋନାଲିସା ନାୟକ, ହରପ୍ରସାଦ ମହାପାତ୍ର, ମନସ୍ୱିନୀ ପରିଡ଼ା, ରତ୍ନାକର ସାହୁ, ସତ୍ୟନାରାୟଣ ରାଉତରାୟ, ସୁଶାନ୍ତ ମହାନ୍ତି, ଗୀତାଞ୍ଜଳି ସ୍ୱାଇଁ, ସରିତା ବାରିକ ଓ ମାନସ କୁମାର ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର