ଯଶୁଆପୁରରେ କୁମାରୀ ବିବାହ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ଗ୍ରାମରେ କୁମାରୀ ବିବାହ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଗାଁରେ ସକାଳୁ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଥିଲା। ଦାଣ୍ତରେ ବନ୍ଧା ଯାଇଥିଲା ଟେଣ୍ଟ। ଶଙ୍ଖ ଓ ହୁଳହୁଳିରେ କମ୍ପି ଉଠିଥିଲା ଗାଁ। ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିଲା ବିବାହ ବେଦୀ। କୁନି ଝିଅ ଅଭିଷିକ୍ତା ପ୍ରଧାନ ବର ହୋଇଥିବା ବେଳେ ସସ୍ମିତା ପ୍ରଧାନ କନ୍ୟା ବେଶରେ ସଜେଇ ହୋଇଥିଲେ। ପାରମ୍ପାରିକ ରୀତିରେ ପୁରୋହିତ ଜ୍ୟୋତିର୍ମୟୀ ବେହେରାଙ୍କ ମନ୍ତ୍ର ଉଚ୍ଚାରଣ ପୂର୍ବକ ବିବାହ ସମ୍ପନ୍ନ ହୋଇଥିଲା। ରିଙ୍କୁ ପ୍ରଧାନ ଓ ଶାଶ୍ବତୀ ପ୍ରଧାନ ବର ପିତାମାତା ଭୂମିକା ତୁଲାଇଥିଲେ। ସେହିପରି ତପସ୍ବିନୀ ପ୍ରଧାନ ଏବ˚ ଦୀପ୍ତିମୟୀ ପ୍ରଧାନ କନ୍ୟା ଦାନ କରିଥିଲେ। ଗ୍ରାମର ମହିଳାଙ୍କଠୁ ଆରମ୍ଭ କରି ଯୁବତୀ ଏବ˚ ଛୋଟ ଛୋଟ ପୁଅଝିଅମାନେ ଏହି ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହାଇଥିଲେ। ସକାଳେ ମା’ ଜାଗେଶ୍ବରୀଙ୍କ ପୀଠରେ ଦିଅଁମଙ୍ଗୁଳା ବିଧି ସ˚ପନ୍ନ ହୋଇଥିଲା। ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଓ ବର ବାଟବରଣୀ ନୀତି ସରିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରିୟଙ୍କା ପ୍ରଧାନ ବରକନ୍ୟାଙ୍କ ହାତଗଣ୍ଠି ଫିଟାଇଥିଲେ। ବିଶ୍ବଲିପ୍‌ସା ବେହେରା ଶଳାବିଧା ମାରିଥିଲେ। ଗ୍ରାମର ସମସ୍ତ କୁମାରୀମାନେ ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ୪୦୦ ଲୋକଙ୍କ ଲାଗି ଭୋଜିଭାତର ଆୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର