ଗାଡ଼ି ଚାଳକଙ୍କୁ କୁଶଳୀ ଶ୍ରମିକଙ୍କ ଭଳି ସମସ୍ତ ସୁବିଧା ଯୋଗାଯାଉ

ଭୁବନେଶ୍ୱର: ଗାଡ଼ି ଚାଳକମାନଙ୍କୁ କୁଶଳୀ ଶ୍ରମିକଙ୍କ ଭଳି ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇଦିଆଯାଉ ବୋଲି ଆଜି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ କର୍ମକର୍ତାମାନେ ଦାବି କରିଛନ୍ତି। ସଂଘ ଉପଦେଷ୍ଟା ଚିତ୍ତରଂଜନ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୋଠା ବାଡ଼ି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସଂଘର କର୍ମକର୍ତ୍ତାମାନେ ଦାବି ଉପସ୍ଥାପନ କରି କହିଥିଲେ ଯେ, ସରକାର କୁଶଳୀ, ଅଣ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କୁ ମାଗଣାରେ ଜୀବନ ବୀମା, ସ୍ୱାସ୍ଥ୍ୟ ସେବା, ଚିକିତ୍ସାକାଳୀନ ଭତ୍ତା, ଶିକ୍ଷା ନିମନ୍ତେ ସ୍ୱତନ୍ତ୍ର କୋଟା, ଗୃହ ଋଣ ଆଦି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ହେଲେ ଗାଡ଼ିଚାଳକମାନେ ଅତି କୁଶଳୀ ଶ୍ରମିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଏହି ସବୁ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇଛି। ତେଣୁ କୁଶଳୀ ଶ୍ରମିକଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯାଉ ବୋଲି ଦାବି କରିଥିଲେ। ତେବେ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଇ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଆଜି ଏହି ସଭାରେ ପ୍ରଦ୍ୟୁମ୍ନ କୁମାର ସାମଲ, ରବୀନ୍ଦ୍ର କୁମାର ସ୍ୱାଇଁ, ଚୈତନ୍ୟ ସାହାଣି, ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର