ଗୋଡ଼ିସାହିରୁ କୁଟୁରା ଉଦ୍ଧାର

ତ୍ରିଶୁଳିଆ : ବାରଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିସାହି ଗ୍ରାମରୁ ରବିବାର ପୂର୍ବାହ୍ନରେ ଏକ ଅଣ୍ତିରା କୁଟୁରାକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଏହି ୬/୭ବର୍ଷର କୁଟୁରାଟି ତୃଷ୍ଣା ମେଣ୍ଟାଇବା ଆଶାରେ ଚନ୍ଦକା ଜଙ୍ଗଲରୁ ଗାଁମୁହାଁ ହୋଇ ଗୋଡ଼ିସାହି ଗ୍ରାମର ପ୍ରଭାତ ବେହେରାଙ୍କ ଘରେ ପଶି ଯାଇଥିଲା। ଖବର ପାଇ ବନ କର୍ମଚାରୀ କୁଟୁରାଟିକୁ ଉଦ୍ଧାର କରି ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଛାଡ଼ିଦେଇଛନ୍ତି।

ସମ୍ବନ୍ଧିତ ଖବର