ଲାବଣ୍ୟ ଚନ୍ଦ୍ର ସାହୁଙ୍କ ସିଡି ‘ଓଡ଼ିଶୀ ସଙ୍ଗୀତାମୃତ’ ଉନ୍ମୋଚିତ

ଭୁବନେଶ୍ୱର: ଭାରତୀୟ ସଙ୍ଗୀତ ସଂସ୍ଥାନ ଆନୁକୂଲ୍ୟରେ ଗୀତିକବି ଲାବଣ୍ୟ ଚନ୍ଦ୍ର ସାହୁଙ୍କ ଓଡ଼ିଶୀ ସଙ୍ଗୀତ ସିଡିି ‘ଓଡ଼ିଶୀ ସଙ୍ଗୀତାମୃତ’ ଆଜି ବୁଦ୍ଧ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। କୀର୍ତନ ନାରାୟଣ ପାଢ଼ୀଙ୍କ ନିର୍ଦ୍ଦେଶନା ଓ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କ ରଚିତ ୮ଟି ଗୀତ ଏଥିରେ ରହିଛି। ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସମହାପାତ୍ର, ସମ୍ମାନିତ ଅତିଥି ପ୍ରଫେସର ରାମହରି ଦାସ, ଶୈଳେଶ୍ୱର ନନ୍ଦ ଯୋଗଦେଇ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ଓ ଶାସ୍ତ୍ରୀୟତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗୀତିକାର ଲାବଣ୍ୟ ଚନ୍ଦ୍ର ସାହୁ, ନିର୍ଦେଶକ କୀର୍ତନ ନାରାୟଣ ପାଢ଼ୀ, ସହନିର୍ଦେଶକ ନିମାକାନ୍ତ ରାଉତରାୟ, ନୃତ୍ୟ ଅଧ୍ୟାପକ ଲିଙ୍ଗରାଜ ପ୍ରଧାନ, ସଙ୍ଗୀତ ପରିଚାଳକ ବୁଲୁ ମିଶ୍ର, ଗାୟିକା ଅନୁଜା ତାରିଣୀ ମିଶ୍ର ଓ ସୋନାଲି ମହାପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ପ୍ରଭାତ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିମାକାନ୍ତ ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର