ବାରଙ୍ଗ: ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମ ନିକଟରେ ପାଞ୍ଚ ମହଲା ଛାତରୁ ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଶ୍ରମିକଙ୍କ ନାମ ଲକମନ୍ ଶେଖ୍(୫୦)। ତାଙ୍କ ଘର ପଶ୍ଚିମବଙ୍ଗର ବେଲଡେଙ୍ଗାରେ। ସେ ଗୃହ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଛାତ ଉପରୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଛାତରୁ ପଡ଼ି ଶ୍ରମିକ ମୃତ
/sambad/media/post_attachments/wp-content/uploads/2018/02/dead-body-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)