ପୁରୁଣା ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ବ୍ରହ୍ମେଶ୍ବର ପାଟଣାରେ ରାସ୍ତାକାମ ଚାଲିଥିବାବେଳେ ସିଞ୍ଚନ ମେସିନ୍ରେ ମେସିନ୍ରେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଲେ କେଦାର ପଲ୍ଲୀର ବୁଲୁ ନାଏକଙ୍କ ସ୍ତ୍ରୀ କବିତା ନାଏକ(୨୦)। ବଡ଼ଗଡ଼ ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ସୂଚନା ଅନୁଯାୟୀ ବ୍ରହ୍ମେଶ୍ବର ପାଟଣାରେ ଏକ ମୁଖ୍ୟ ରାସ୍ତାର ପିଚୁ କାମ ଚାଲିଥିଲା। ରାତି ପ୍ରାୟ ୨ଟା ବେଳେ କବିତା ଘୋଡ଼ାଇ ହୋଇଥିବା ଚଦରଟି ହଠାତ୍ ପିଚୁ ସିଞ୍ଚନ ମେସିନ୍ରେ ଲାଗି ଯାଇଥିଲା। ଫଳରେ ଚଦର ସହ କବିତା ମେସିନ୍ ଭିତରକୁ ଟାଣି ହୋଇ ଯାଇଥିଲେ। ଅନ୍ୟ ଶ୍ରମିକମାନେ ପାଟି କରି ଉକ୍ତ ମେସିନ୍ ଡ୍ରାଇଭରଙ୍କୁ ଡାକିବାବେଳକୁ କବିତାଙ୍କ ମୁଣ୍ତ ଗଣ୍ତିରୁ ଅଲଗା ହୋଇଯାଇଥିଲା।
ପିଚୁ ମେସିନ୍ରେ ଚାପି ହୋଇ ମହିଳା ଶ୍ରମିକ ମୃତ
/sambad/media/post_attachments/wp-content/uploads/2019/01/dea.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)