ଜାନୁଆରି ୮ରେ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୮ରେ ଦେଶର ପ୍ରମୁଖ ଶ୍ରମିକ ସଂଗଠନଗୁଡ଼ିକ ମିଶି ଦେଶବ୍ୟାପୀ ଧର୍ମଘଟ କରିବେ। ଏଥିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାଗ ନେବେ। ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯିବ। ଏକ ଯୁଗ୍ମ ପ୍ରେସ୍ ବିଜ୍ଞପ୍ତି ଜାରି କରି ଶ୍ରମିକ ସଂଗଠନଗୁଡ଼ିକ କହିଛନ୍ତି ଯେ, କର୍ମଜୀବୀ ଲୋକମାନଙ୍କ ବାସ୍ତବ ଦାବିଗୁଡ଼ିକୁ ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି। କର୍ପୋରେଟ୍ ସଂସ୍ଥାର ସ୍ବାର୍ଥ ରକ୍ଷା ପାଇଁ କର୍ମଚାରୀଙ୍କ ଅଧିକାରକୁ ସରକାର ସଙ୍କୁଚିତ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର